କନକ ବ୍ୟୁରୋ: ଆସନ୍ତାକାଲି ଗୁଜରାଟ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହେବ । ଏହା ପୂର୍ବରୁ ଆଜି ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କୁ ଛାଡ଼ି ମନ୍ତ୍ରିମଣ୍ଡଳର ସମସ୍ତ ୧୬ ଜଣ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି । ଆସନ୍ତାକାଲି ନୂଆ ମନ୍ତ୍ରୀମାନେ ଶପଥ ନେବେ। ଉତ୍ସବରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓ ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି ନଡ୍ଡା ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ୨୦୨୭ ନିର୍ବାଚନକୁ ଦୃଷ୍ଟିରେ ରଖି ପଦକ୍ଷେପ ନେଉଛି ବିଜେପି । ନୂଆ ମନ୍ତ୍ରିମଣ୍ଡଳରେ କିଛି ପୁରୁଣା ମନ୍ତ୍ରୀ ସେମାନଙ୍କ ପଦ ଫେରି ପାଇବା ଏବଂ ୧ ଡଜନରୁ ଅଧିକ ନୂଆମୁହଁ ସ୍ଥାନ ପାଇବାର ସମ୍ଭାବନା ଅଛି ।
ମନ୍ତ୍ରିମଣ୍ଡଳରେ ୨୩ରୁ ଅଧିକ ମନ୍ତ୍ରୀ ସ୍ଥାନ ପାଇପାରନ୍ତି। ବିଭିନ୍ନ ସମ୍ପ୍ରଦାୟ ସହିତ ଯୁବ ଓ ମହିଳା ବର୍ଗଙ୍କୁ ମନ୍ତ୍ରିମଣ୍ଡଳରେ ପ୍ରତିନିଧିତ୍ବ କରିବାର ସୁଯୋଗ ଦେବା ଉପରେ ଗୁରୁତ୍ବ ଦିଆଯାଉଛି । ଏଥିପାଇଁ ସମସ୍ତ ବିଧାୟକ ଗାନ୍ଧିନଗରରେ ଉପସ୍ଥିତ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଆସନ୍ତାକାଲି ପୂର୍ବାହ୍ଣ ସାଢ଼େ ୧୧ଟାରେ ମହାତ୍ମା ମନ୍ଦିରରେ ଶପଥ ଗ୍ରହଣ ସମାରୋହ ଆୟୋଜନ ହେବ । ଶପଥଗ୍ରହଣ ପରେ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କ ଅଧ୍ୟକ୍ଷତାରେ ନୂଆ ମନ୍ତ୍ରିମଣ୍ଡଳର ପ୍ରଥମ ବୈଠକ ବସିବ ।
କାଲି ଗୁଜରାଟ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ
ଏହା ପୂର୍ବରୁ ଆଜି ଇସ୍ତଫା ଦେଲେ ସମସ୍ତ ୧୬ ମନ୍ତ୍ରୀ
ଆସନ୍ତାକାଲି ପୂର୍ବାହ୍ଣ ସାଢ଼େ ୧୧ଟାରେ ଶପଥ ସମାରୋହ
ଉତ୍ସବରେ ଯୋଗଦେବେ ଅମିତ ଶାହ ଓ ଜେ.ପି ନଡ୍ଡା
ମନ୍ତ୍ରିମଣ୍ଡଳରେ ବହୁ ନୂଆମୁହଁ ସ୍ଥାନ ପାଇବା ସମ୍ଭାବନା
ମନ୍ତ୍ରିମଣ୍ଡଳ ସଦସ୍ୟ ସଂଖ୍ୟା ୨୩ ବା ଅଧିକ ହୋଇପାରେ
ସବୁ ବର୍ଗଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରିବାକୁ ଗୁରୁତ୍ବ