କନକ ବ୍ୟୁରୋ : ଗୁଜରାଟରୁ ଆଉ ଜଣେ ଗୁପ୍ତଚର ଗିରଫ । ଦେଶଦ୍ରୋହ ଅଭିଯୋଗରେ ସହଦବ ସିଂ ଗୋହିଲ ନାମକ ବ୍ୟକ୍ତିଙ୍କୁ ଗିରଫ କରିଛି ଗୁଜରାଟ ଏଟିଏଏସ । ତାଙ୍କ ବିରୋଧରେ ଭାରତୀୟ ନୌସେନାର ଗୁରୁତ୍ବପୂର୍ଣ୍ଣ ତଥ୍ୟ ପାକିସ୍ତାନ ଦେଉଥବା ସାଂଘାତ ଅଭିଯୋଗ ଲାଗିଛି । ଏଥିସହ ବିଏସ୍ଏଫର ଅନେକ ତଥ୍ୟ ମଧ୍ୟ ପାକିସ୍ତାନକୁ ଦେଇଥିବା ସୂଚନା ମିଳିଛି । ମେ ୨ରେ ସହଦେବଙ୍କୁ ଜେରା ପାଇଁ ଡକାଯାଇଥିଲା । ଆଦିତ ଭରଦ୍ବାଜ ନାମ୍ନୀ ମହିଳା ସହ ସେ ହ୍ୱାଟ୍ସଆପ୍ ଚାର୍ଟ କରି ତଥ୍ୟ ଦେଉଥିବା କହିଥିଲେ ଓ ସେହି ଆଦିତି ପାକିସ୍ତାନର ଏଜେଣ୍ଟ ବୋଲି ସେ ପରେ ଜାଣିବାକୁ ପାଇଥିଲେ ତେବେ ତଥ୍ୟ ଦେବା ପାଇଁ ୪୦ହଜାର ଟଙ୍କାର ଡିଲ୍ ହୋଇଥିଲା । ନିକଟରେ ୧୫ଜଣ ଗୁପ୍ତଚରଙ୍କୁ ଦେଶର ବିଭିନ୍ନ ରାଜ୍ୟରୁ ଗିରଫ କରାଯାଇଛି
ଗୁଜରାଟ ସୀମାରେ ପାକ୍ ଗୁପ୍ତଚର !
-ଗୁଜରାଟ ସୀମାରେ ପାକ୍ ଗୁପ୍ତଚର
-ଗୁଜରାଟର କଚ୍ଛ ସୀମାରେ ସହଦେବ ସିଂ ଗିରଫ
-ଏକ ସ୍ବାସ୍ଥ୍ୟକେନ୍ଦ୍ରରେ କାମ କରୁଥିଲା ସହଦେବ
-ପାକିସ୍ତାନକୁ ସମ୍ବେଦନଶୀଳ ତଥ୍ୟ ଦେଉଥିବା ଅଭିଯୋଗ
-ଭାରତୀୟ ସୁରକ୍ଷା ବଳ ଓ ନୌସେନା ସମ୍ପର୍କରେ ସମ୍ବେଦନଶୀଳ ତଥ୍ୟ ଦେଉଥିବା ଅଭିଯୋଗ
-ଅଦିତି ଭରଦ୍ବାଜ ନାମକ ବ୍ୟକ୍ତିଙ୍କୁ ଭିଡିଓ ପଠାଉଥିବା ଅଭିଯୋଗ
-ଅଦିତିଙ୍କ ସହ ସହଦେବଙ୍କ ୨୦୨୩ରେ ସମ୍ପର୍କ ହୋଇଥିଲା
-ଅଦିତି ପାକ୍ ଗୁଇନ୍ଦା ସଂସ୍ଥା ଆଇଏଏସଆଇର ଏଜେଣ୍ଟ ଥିଲେ
-ସୂଚନା ଦେବା ପାଇଁ ସହଦେବଙ୍କୁ ୪୦ ହଜାର ଟଙ୍କା ମିଳିଥିଲା
-ଗୋହିଙ୍କ ଫୋନକୁ ଫରେନସିକ ଲ୍ୟାବକୁ ପଠାଯାଇଛି
-ପୂର୍ବରୁ କଚ୍ଛରେ ଗିରଫ ହୋଇସାରିଛନ୍ତି ୨ ଗୁପ୍ତଚର