କନକ ବ୍ୟୁରୋ:  ଆପଣ ବିଭିନ୍ନ  ବ୍ରାଣ୍ଡର ଦାମୀ କାର ନାଁ ଶୁଣିଥିବେ ସେଥିରୁ କିଛି ଦେଖିଥିବେ ମଧ୍ୟ । କିନ୍ତୁ ବିଶ୍ବର ସବୁଠୁ ଲମ୍ବା କାର୍ ଦେଖିଛନ୍ତି ?   ଏ କାର ପୁରୁଣା  କିନ୍ତୁ ଏବେ ଏହି କାରର ପୁନରୁଦ୍ଧାର କାର୍ଯ୍ୟ ସରିବା ପରେ ଏହା ପୁଣି ଚର୍ଚ୍ଚାର ପରିସରକୁ ଆସିଛି । ଏବେ ଏହା ନିଜେ ନିଜର ପୂର୍ବ ରେକର୍ଡକୁ ଭାଙ୍ଗିଛି । ଗିନିଜ୍ ୱାର୍ଲ୍ଡ ରେକର୍ଡ ମୁତାବକ, ’The American Dream’ ନାମରେ ଜଣା ଏହି କାର୍ ୩୦.୫୪ ମିଟର ଲମ୍ବା । 

Advertisment

55

ଏହା ପ୍ରଥମେ ୧୯୮୬ରେ କାଲିଫଣ୍ଣିଆରେ ନିର୍ମିତ ହୋଇଥିଲା । ସେତେବେଳେ ଏହାର ଲମ୍ବ ୬୦ ଫୁଟ ଥିଲା ଏବଂ ଏଥିରେ ୨୬ଟି ଚକ ଥିଲା । କାରର ଆଗରେ ଓ ପଛରେ V8ର ଯୋଡ଼ା ଇଞ୍ଜିନ ଲଗାଯାଇଥିଲା । ଏବେ ଏହାର ପୁନରୁଦ୍ଧାର କରାଯାଇ ଏହାକୁ ୩୦. ୫ ମିଟର ଲମ୍ବା କରାଯାଇଛି ।  ଏହାକୁ ଉଭୟ ପଟୁ ଡ୍ରାଇଭ କରିହେବ ।

11

ଏହି କାର ଭିତରେ ସ୍ବିମିଙ୍ଗ ପୁଲ୍ ରହିଛି । ଏହାସହ ଯାତ୍ରୀଙ୍କ ପାଇଁ ରହିଛି ବାଥ୍ ଟବ୍, ମିନି ଗଲ୍ଫ କୋର୍ସ । ଏଥିରେ ପୁଣି ଅଛି ଫ୍ରିଜ୍, ଟେଲିଫୋନ୍, ଟେଲିଭିଜନ୍ ସେଟ୍ । ଏଥିରେ ଏକାବେଳକେ ୭୦ରୁ ଅଧିକ ଲୋକ ଯାତ୍ରା କରିପାରିବେ । କେବଳ ଏତିକି ନୁହେଁ କାରରେ ରହିଛି  ହେଲିପ୍ୟାଡ୍ । ଏହାକୁ ଭଡ଼ାରେ ଦିଆଯାଉଛି । ଏହାର ପୁନରୁଦ୍ଧାର ପାଇଁ ୧ କୋଟି ୯୨ ଲକ୍ଷ ଖର୍ଚ୍ଚ ହୋଇଛି । କିନ୍ତୁ ଏହାର ପାର୍କିଂ ସମସ୍ୟା  ଯୋଗୁଁ ଏହାକୁ ରାସ୍ତାରେ ନ ଚଳାଇ ବରଂ ମ୍ୟୁଜିୟମରେ ରଖିବା ଉପରେ ବିଚାର କରାଯାଉଛି ।