କନକ ବ୍ୟୁରୋ : ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ବ୍ୟବସ୍ଥା ପାଇଁ ଖୁବଶୀଘ୍ର ପ୍ରସ୍ତୁତ ହେବ ଗାଇଡଲାଇନ । ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ଧାଡ଼ି ଦର୍ଶନ ନେଇ ପରିଚାଳନା କମିଟି ଅନୁମୋଦନ କରିଛନ୍ତି । ଧାଡ଼ି ଦର୍ଶନ ବ୍ୟବସ୍ଥା କାର୍ଯ୍ୟକାରୀ କରିବା ପାଇଁ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ସବ କମିଟି ଗଠନ କରିବାକୁ ପରିଚାଳନା କମିଟିକୁ ପ୍ରସ୍ତାବ ଦିଆଯାଇଛି । ଏ ନେଇ ସବ କମିଟି ସେବାୟତ ନିଯୋଗଙ୍କ ସହ ଆଲୋଚନା କରିବେ । ଯେମିତି ଶ୍ରୀଜିଉଙ୍କ ନୀତିକାନ୍ତି ପ୍ରଭାବିତ ନହେବ ସେ ଅନୁସାରେ ନାଟ ମଣ୍ଡପରେ ଧାଡ଼ି ଦର୍ଶନ ପାଇଁ ମାର୍ଗଦର୍ଶିକା ପ୍ରସ୍ତୁତ କରିବେ । ଏହି ମାର୍ଗଦର୍ଶିକା ଆଧାରରେ ପ୍ରଥମେ ପରୀକ୍ଷାମୂଳକ ଭାବେ ଧାଡ଼ି ଦର୍ଶନ କାର୍ଯ୍ୟକାରୀ କରିବାକୁ ପରାମର୍ଶ ଦେଇଛି କମିଟି । ଏନେଇ ବିଧାନ ସଭାରେ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ଵାଇଁଙ୍କ ଲିଖିତ ପ୍ରସ୍ତର ଉତ୍ତର ରଖିଛନ୍ତି ଆଇନ ମନ୍ତ୍ରୀ ।
ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ପାଇଁ ଖୁବଶୀଘ୍ର ଆସିବ ଗାଇଡଲାଇନ, ପରିଚାଳନା କମିଟି କଲା ଅନୁମୋଦନ
ଧାଡ଼ି ଦର୍ଶନ ବ୍ୟବସ୍ଥା କାର୍ଯ୍ୟକାରୀ କରିବା ପାଇଁ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ସବ କମିଟି ଗଠନ କରିବାକୁ ପରିଚାଳନା କମିଟିକୁ ପ୍ରସ୍ତାବ ଦିଆଯାଇଛି । ଏ ନେଇ ସବ କମିଟି ସେବାୟତ ନିଯୋଗଙ୍କ ସହ ଆଲୋଚନା କରିବେ ।
/kanak/media/media_files/2025/09/20/46-2025-09-20-14-32-48.jpg)