କନକ ବ୍ୟୁରୋ: ଅଭିନବ ଡିଜାଇନ୍ ଓ ପ୍ରିମିୟମ୍ ଅଫର ପାଇଁ ବେଶ୍ ଜଣାଶୁଣା ଥିବା କିଆ ଇଣ୍ଡିଆ ଏକ ଅଗ୍ରଣୀ । ମୋବାଇଲ୍ ନିର୍ମାତା ଯାହାର ଲୋକପ୍ରିୟ ମଡେଲ କାରେନ୍ସ୍, ସୋନେଟ୍, ସେଲଟସ୍ ଗୁଡିକର ଏକ ନୂତନ ଭାରିଏଣ୍ଟ । ଗ୍ରାଭିଟିର ବଜାର ପ୍ରବେଶ ହୋଇଛି । ଏହି ନୂତନ ମଡେଲଗୁଡିକୁ ଏହାର ନିର୍ଦ୍ଦେଶକ ୟସ୍ମିତ ଗୁଗନାନୀ ଏବଂ ଏଚ୍ଡିଏଫସି କାର ଲୋନ୍ ଡିଭିଜନର ରାଜ୍ୟ ମୁଖ୍ୟ ଶୁଶୀତ ଜେନା ଉନ୍ମୋଚନ କରିଥିଲେ । ଗୁଗନାନୀ ଗ୍ରାହକ ସେବାକୁ ଗୁରୁତ୍ୱ ଦେଇଆଆନ୍ତି ବୋଲି ନିଜ ବକ୍ତବ୍ୟରେ କହିଥିଲେ । ଏହି ନୂତନ ମଡେଲଗୁଡିକ କିଆର ବିସ୍ୱସ୍ତ ଗ୍ରାହକମାନଙ୍କ ଡ୍ରାଇଭିଂ ଅଭିଜ୍ଞତାକୁ ଆହୁରି ମଜବୁତ୍ କରିାରିବ ବୋଲି ଆଶା କରାଯାଉଛି । 

Advertisment

ଅତ୍ୟାଧୁନିକ ସୈାନ୍ଦର୍ୟ୍ୟ ବିଶିଷ୍ଟ ଓ କାର୍ୟ୍ୟଦକ୍ଷତା ସମ୍ପନ୍ନ କାର ତିଆରିର ପ୍ରତିବଦ୍ଧତା ହିଁ ନୂତନ ମଡେଲଗୁଡିକର ସୃଷ୍ଟି ପାଇଁ ପ୍ରେରଣା ଯୋଗାଇଛି । ଏହି ନୂତନ ମଡେଲଗୁଡିକର ସ୍ୱତନ୍ତ୍ର ଇଣ୍ଟରିୟର ଓ ଏକ୍ସଟୋରିୟର ଡିଜାଇନ୍ ପୂର୍ବରୁ ଥିବା ଆଇକନିକ ମଡେଲଗୁଡିକ ଠାରୁ ଅଧିକ ପ୍ରିମିୟମ୍ ଲୁକ୍ ଦେବା ସହିତ ଅଧିକ ଲୋକପ୍ରିୟ ମଧ୍ୟ ହୋଇପାରିବ । ଗ୍ରାଭିଟି ଏଡିସନର ବୈଶିଷ୍ଟ୍ୟଗୁଡିକ ହେଲା ସ୍ୱତନ୍ତ୍ର ଏକ୍ସଟୋରିୟର ଡିଜାଇନ୍ , ରିଡିଫାଇନ୍ଡ ଇଣ୍ଟେରିୟର ଅପ୍ଗ୍ରେଡ୍ ଓ ଆଡଭାନ୍ସଡ ସେଫ୍ଟି ଫିଚର୍ସ ଯାହା କ୍ରେମ୍ ଗ୍ରିଲର, ନୂତନ ଭାବେ ଡିଜାଇନ୍ ହୋଇଥିବା ଆଲଏଜ୍ ହ୍ୱିଲ ସହ ଲେଦର ସିଟ୍, ସେଫ୍ଟି ଟେକ୍ନୋଲୋଜି ଓ ଆଡଭାନସ୍ଡ ଡ୍ରାଇଭର ଆସିଷ୍ଟାଣ୍ଟ ସିଷ୍ଟମ୍ସ (ଏଡିଏଏସ୍) ପାଇଁ ଅଧିକ ଆରାମଦାୟକ ଅନୂଭୁତି ପ୍ରଦାନ କରିବ । କିଆ କାରେନ୍ସ୍, ସୋନେଟ୍ ଏବଂ ସେଲଟସ୍ ଆଦି ଏହି ନୂତନ ମଡେଲଗୁଡିକର ମୂଲ୍ୟ ଯଥକ୍ରମେ ୧୨.୦୯ ଲକ୍ଷ, ୧୦.୪୯ ଲକ୍ଷ ଓ ୧୬. ୬୨ ଲକ୍ଷ ଅଟେ । 

ଗ୍ରାଭିଟି ଏଡିସନ୍ “କିଆ”ର ଏକ ଉକ୍ରୃଷ୍ଟତା ଯାହା ଗ୍ରାହକମାନଙ୍କୁ ଅନନ୍ୟ ଅନୁଭବ ପ୍ରଦାନ କରିବାର ପ୍ରତିବଦ୍ଧତା ପ୍ରଦାନ କରିବ । ଏହାର ବୋଲ୍ଡ ଡିଜାଇନ୍ , ଲକ୍ଜୁରୀ ଫିଚର୍ସ ଏବଂ ଉନ୍ନତମାନର ଟେକ୍ନୋଲୋଜି ସହ ଏହା ଭାରତୀୟ ଗ୍ରାହକମାନଙ୍କ ହୃଦୟକୁ ଛୁଇଁ ପାରିବ ବୋଲି ଆଶା କରାଯାଉଛି । ଗୁଗ୍ନାନୀ କିଆର ମୁଖ୍ୟ କାର୍ୟ୍ୟନିର୍ବାହୀ ଅଧିକାରୀ ମହେଶ ଝୁନଝୁନୱାଲା ଗ୍ରାଭିଟି ଏଡିସନ୍ ନୂତନ ଫିଚର ସହିତ କମ୍ ଦାମରେ ଉପଲବ୍ଧ ବୋଲି କହିଛନ୍ତି । ଏହି ଉନ୍ମୋଚନ ଉତ୍ସବରେ ଅନ୍ୟାନ୍ୟ ବ୍ୟାଙ୍କ ଏବଂ ଫାଇନାନ୍ସ ଅଧିକାରୀମାନେ ଉପସ୍ଥିତ ଥିଲେ ।