ପାଠ ପଢ଼ାଉଥିବା ବେଳେ ସ୍କୁଲରେ ଟଳିପଡ଼ିଲେ ଶିକ୍ଷକ, ଅତିଥି ଗଣିତ ଶିକ୍ଷକଙ୍କ ଛାତିରେ ଯନ୍ତ୍ରଣା କାରଣରୁ ମୃତ୍ୟୁ

ସୁଚନା ଅନୁଯାୟୀ ଗତକାଲି ମଧ୍ୟାହ୍ନ  ସମୟରେ ଅଭିରାମ ମାଣ୍ଡିଙ୍ଗି ୩୦ ବର୍ଷ ଛାତ୍ରଛାତ୍ରୀଙ୍କୁ ପାଠ ପଢାଇ ଖାଇବାକୁ ଆସୁ ଥିବା ବେଳେ ବିଦ୍ୟାଳୟ ବାରଣ୍ଡା ରେ ପେଟ ବ୍ୟଥା ସହ ଛାତି ଯନ୍ତ୍ରଣା ହୋଇଥିଲା ।  ସଙ୍ଗେ ସଙ୍ଗେ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ଆମ୍ବୁଲାନ୍ସକୁ ଫୋନ୍ କରିଥିଲେ। ପରେ ପରେ ଶିକ୍ଷକ ଜଣଙ୍କୁ ବନ୍ଧୁଗାଁ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରଯାଇଥିଲା ।

18

କନକ ବ୍ୟୁରୋ :  ପାଠପଢାଉଥିବାବେଳେ ସ୍କୁଲରେ ଟଳିପଡ଼ିଲେ ଶିକ୍ଷକ। କୋରାପୁଟ ବନ୍ଧୁଗାଁ ବ୍ଲକ କୁମ୍ଭାରିପୁଟ ସରକାରୀ ବାଳକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରୁ ଆସିଲା ଅଭାବନୀୟ ଖବର।  ଅତିଥି ଗଣିତ ଶିକ୍ଷକଙ୍କ ଛାତି ଯନ୍ତ୍ରଣାରେ ମୃତ୍ୟୁ ହୋଇଯାଇଛି । ସୁଚନା ଅନୁଯାୟୀ ଗତକାଲି ମଧ୍ୟାହ୍ନ  ସମୟରେ ଅଭିରାମ ମାଣ୍ଡିଙ୍ଗି ୩୦ ବର୍ଷ ଛାତ୍ରଛାତ୍ରୀଙ୍କୁ ପାଠ ପଢାଇ ଖାଇବାକୁ ଆସୁ ଥିବା ବେଳେ ବିଦ୍ୟାଳୟ ବାରଣ୍ଡା ରେ ପେଟ ବ୍ୟଥା ସହ ଛାତି ଯନ୍ତ୍ରଣା ହୋଇଥିଲା ।  ସଙ୍ଗେ ସଙ୍ଗେ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ଆମ୍ବୁଲାନ୍ସକୁ ଫୋନ୍ କରିଥିଲେ। ପରେ ପରେ ଶିକ୍ଷକ ଜଣଙ୍କୁ ବନ୍ଧୁଗାଁ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରଯାଇଥିଲା । କିନ୍ତୁ  ଡାକ୍ତର  ଅଜୟ ଜେନା ଦେଖିବା ପରେ ମୃତ ଘୋଷଣା କରିଥିଲେ। ମୃତ ଅଭିରାମ ମାଣ୍ଡିଙ୍ଗି ରାୟଗଡ଼ା ଜିଲ୍ଲା,କଳନରା ବ୍ଲକ,  ସିନ୍ଦୁବାଈ ଗ୍ରାମର ଅଟନ୍ତି । ଗୋଷ୍ଠୀ  ସ୍ୱାସ୍ଥ୍ୟ କେନ୍ଦ୍ରରେ ମୃତ୍ୟୁ ହୋଇଥିବାରୁ  ପୁଲିସ  ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ମେଡିକାଲ ରେ ରଖିଛି । ମୃତ୍ୟୁ ଖବର ତାଙ୍କ ପରିବାର ଜାଣିବା ପରେ ମେଡିକାଲ ରେ ପହଞ୍ଚି ଥିବା ଜାଣିବାକୁ ମିଳିଛି । ବର୍ତ୍ତମାନ ସାନ ଭାଇ ବାଙ୍ଗା ରାଜୁ ମାଣ୍ଡିଙ୍ଗି ପହଞ୍ଚି ମୃତ ବଡ଼ ଭାଇଙ୍କ ଆଗରୁ ପେଟ ବ୍ୟଥା ରହି ଥିବା ଜଣାଇ ଛନ୍ତି । ଏଥିପାଇଁ ବର୍ତ୍ତମାନ ସୁଦ୍ଧା ମଧ୍ୟ ଥାନାରେ ପରିବାରଙ୍କ ତରଫରୁ ଲିଖିତ ଅଭିଯୋଗ କିଛି କରି ନାହାନ୍ତି । ଆଜିକୁ ତିନି ମାସ ହେଉଛି ସେ ଅତିଥି ଗଣିତ ଶିକ୍ଷକ ଭାବେ ନିଯୁକ୍ତି ପାଇ ଶିକ୍ଷାଦାନ କରି ଆସୁଥିଲେ।  ଏହି ପ୍ରକାର ଦୁଃଖଦ ଖବର ଶୁଣିବା  ପରେ ଶିକ୍ଷକ ଶିକ୍ଷୟତ୍ରୀ ମହଲ ରେ ଶୋକର ଛାୟା ଖେଳି ଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe