କନକ ବ୍ୟୁରୋ :  ପାଠପଢାଉଥିବାବେଳେ ସ୍କୁଲରେ ଟଳିପଡ଼ିଲେ ଶିକ୍ଷକ। କୋରାପୁଟ ବନ୍ଧୁଗାଁ ବ୍ଲକ କୁମ୍ଭାରିପୁଟ ସରକାରୀ ବାଳକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରୁ ଆସିଲା ଅଭାବନୀୟ ଖବର।  ଅତିଥି ଗଣିତ ଶିକ୍ଷକଙ୍କ ଛାତି ଯନ୍ତ୍ରଣାରେ ମୃତ୍ୟୁ ହୋଇଯାଇଛି । ସୁଚନା ଅନୁଯାୟୀ ଗତକାଲି ମଧ୍ୟାହ୍ନ  ସମୟରେ ଅଭିରାମ ମାଣ୍ଡିଙ୍ଗି ୩୦ ବର୍ଷ ଛାତ୍ରଛାତ୍ରୀଙ୍କୁ ପାଠ ପଢାଇ ଖାଇବାକୁ ଆସୁ ଥିବା ବେଳେ ବିଦ୍ୟାଳୟ ବାରଣ୍ଡା ରେ ପେଟ ବ୍ୟଥା ସହ ଛାତି ଯନ୍ତ୍ରଣା ହୋଇଥିଲା ।  ସଙ୍ଗେ ସଙ୍ଗେ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ଆମ୍ବୁଲାନ୍ସକୁ ଫୋନ୍ କରିଥିଲେ। ପରେ ପରେ ଶିକ୍ଷକ ଜଣଙ୍କୁ ବନ୍ଧୁଗାଁ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରଯାଇଥିଲା । କିନ୍ତୁ  ଡାକ୍ତର  ଅଜୟ ଜେନା ଦେଖିବା ପରେ ମୃତ ଘୋଷଣା କରିଥିଲେ। ମୃତ ଅଭିରାମ ମାଣ୍ଡିଙ୍ଗି ରାୟଗଡ଼ା ଜିଲ୍ଲା,କଳନରା ବ୍ଲକ,  ସିନ୍ଦୁବାଈ ଗ୍ରାମର ଅଟନ୍ତି । ଗୋଷ୍ଠୀ  ସ୍ୱାସ୍ଥ୍ୟ କେନ୍ଦ୍ରରେ ମୃତ୍ୟୁ ହୋଇଥିବାରୁ  ପୁଲିସ  ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ମେଡିକାଲ ରେ ରଖିଛି । ମୃତ୍ୟୁ ଖବର ତାଙ୍କ ପରିବାର ଜାଣିବା ପରେ ମେଡିକାଲ ରେ ପହଞ୍ଚି ଥିବା ଜାଣିବାକୁ ମିଳିଛି । ବର୍ତ୍ତମାନ ସାନ ଭାଇ ବାଙ୍ଗା ରାଜୁ ମାଣ୍ଡିଙ୍ଗି ପହଞ୍ଚି ମୃତ ବଡ଼ ଭାଇଙ୍କ ଆଗରୁ ପେଟ ବ୍ୟଥା ରହି ଥିବା ଜଣାଇ ଛନ୍ତି । ଏଥିପାଇଁ ବର୍ତ୍ତମାନ ସୁଦ୍ଧା ମଧ୍ୟ ଥାନାରେ ପରିବାରଙ୍କ ତରଫରୁ ଲିଖିତ ଅଭିଯୋଗ କିଛି କରି ନାହାନ୍ତି । ଆଜିକୁ ତିନି ମାସ ହେଉଛି ସେ ଅତିଥି ଗଣିତ ଶିକ୍ଷକ ଭାବେ ନିଯୁକ୍ତି ପାଇ ଶିକ୍ଷାଦାନ କରି ଆସୁଥିଲେ।  ଏହି ପ୍ରକାର ଦୁଃଖଦ ଖବର ଶୁଣିବା  ପରେ ଶିକ୍ଷକ ଶିକ୍ଷୟତ୍ରୀ ମହଲ ରେ ଶୋକର ଛାୟା ଖେଳି ଯାଇଛି ।