ପିଜୁଳୀ ଖାଇବାକୁ ଅବା କାହାକୁ ଭଲ ନଲାଗେ । ଶରୀର ପାଇଁ ଖୁବ୍ ଉପକାରୀ ପିଜୁଳୀକୁ ଗାଁମାନଙ୍କରେ ଜାମୁ , ଚାଉଳିଆ ମଧ୍ୟ କହିଥାନ୍ତି । ଗାଁଗହଳିରେ ପ୍ରାୟତଃ ପ୍ରତି ବାଡ଼ିରେ ପିଜୁଳୀ ଗଛଟିଏ ଲାଗିଥିବା ଦେଖିଥିବେ । ଲୋକ ବଡ଼ ଆନନ୍ଦରେ ପିଜୁଳୀ ତୋଳି ଖାଆନ୍ତି । କୁଣିଆ ଆସିଲେ ସାଙ୍ଗରେ ଝୁଡିଏ ପିଜୁଳୀ ତୋଳି ପଠାନ୍ତି । ହେଲେ ଏହି ପିଜୁଳୀ ପତ୍ରର ଗୁଣବତ୍ତା ବିଷୟରେ ଖୁବ୍ କମ୍ ଲୋକ ଜାଣିଥିବେ । ପିଜୁଳୀ ପତ୍ର ଶରୀର ପାଇଁ ମହୌଷଧିର କାମ କରେ । ଆଜ୍ଞା ହଁ , ପ୍ରତିଦିନ ସକାଳୁ ପିଜୁଳୀ ପତ୍ର ଚୋବାଇ ଖାଇଲେ ଶରୀରକୁ ଅନେକ ଲାଭ ମିଳିଥାଏ । 

Advertisment

guava

ଆପଣଙ୍କୁ ଏଠାରେ କହିରଖୁଛୁ କି ପିଜୁଳୀରେ ପୋଟାସିୟମ୍ , ଭିଟାମିନ୍ , ଭିଟାମିନ୍ ସି , ମିନେରାଲ୍ , ଲାଇକୋପିନ୍ , ଫାଇବର୍ ଭଳି ଗୁଣ ଗଚ୍ଛିତ ହୋଇ ରହିଥାଏ । ପିଜୁଳୀ ପତ୍ର ଚୋବାଇଲେ ପାଟିରେ ହୋଇଥିବା ଛାଲ ସମସ୍ୟା ଦୂର ହେବା ସହ ହଜମ ଶକ୍ତି ବଢେ । ସକାଳୁ ଖାଲି ପେଟରେ ପିଜୁଳୀ ପତ୍ର ଚୋବାଇଲେ କୋଲେଷ୍ଟ୍ରୋଲ୍ କଣ୍ଟ୍ରୋଲରେ ରୁହେ । ଡାଏବେଟିସକୁ କଣ୍ଟ୍ରୋଲ୍ କରିବା ପାଇଁ ସାହାଯ୍ୟ କରେ ପିଜୁଳୀ ପତ୍ର । ଯଦି ଆପଣ ମଧ୍ୟ ଡାଏବେଟିସ୍ ରୋଗୀ ତାହେଲେ ପିଜୁଳୀ ପତ୍ରର ସେବନ କରିବା ଆରମ୍ଭ କରିଦିଅନ୍ତୁ । 

1200000

ପିଜୁଳୀ ପତ୍ରରେ ଭିଟାମିନ୍ ସି ଭରପୂର ମାତ୍ରାରେ ଥିବାରୁ ଏହାକୁ ଚୋବାଇ ଖାଇବା ଦ୍ୱାରା ଇମ୍ୟୁନିଟି ଶକ୍ତି ବୃଦ୍ଧି ହୋଇଥାଏ । ଯାହାଦ୍ୱାରା ଶରୀରକୁ ସଂକ୍ରମଣ ରୋଗ ପ୍ରବେଶ କରିପାରେନାହିଁ । ସକାଳୁ ଖାଲି ପେଟରେ ପିଜୁଳୀ ପତ୍ର ଚୋବାଇ ଖାଇଲେ ବର୍ଦ୍ଧିତ ଓଜନକୁ ମଧ୍ୟ କମ୍ କରିପାରିବେ । ଓଜନକୁ ନିୟନ୍ତ୍ରଣରେ ଆଣିବାକୁ ଚାହୁଁଥିଲେ ଆଜିଠାରୁ ହିଁ ପିଜୁଳୀ ପତ୍ର ଖାଇବା ଆରମ୍ଭ କରିଦିଅନ୍ତୁ । 

ପ୍ରାୟତଃ ପ୍ରତି ଘରର ଏକ ବଡ଼ ସମସ୍ୟା ହେଉଛି ଖାଇବା ପରେ ହଜମ ନହେବା । ଆପଣ ବି ଯଦି ଏହି ସମସ୍ୟାକୁ ସାମ୍ନା କରି ବିରକ୍ତ ହୋଇସାରିଲେଣି ତାହେଲେ ପିଜୁଳୀ ପତ୍ର ଆପଣଙ୍କ ପାଇଁ ଭଲ ବିକଳ୍ପ ହୋଇପାରିବ । ଖାଲି ପେଟରେ ପିିଜୁଳୀ ପତ୍ର ଚୋବାନ୍ତୁ ପେଟ ସମସ୍ୟା ଦୂର ହେବା ସଙ୍ଗେ ପାଚନ ପ୍ରକ୍ରିୟା ଭଲ ହେବ । ଆପଣ ଚାହିଁଲେ ପିଜୁଳୀ ପତ୍ରକୁ କାଢା କରି ମଧ୍ୟ ସେବନ କରିପାରିବେ ।