କନକ ବ୍ୟୁରୋ: ରୁଟି,କ୍ଷୀର, ଛେନା ଭଳି ଅତ୍ୟାବଶ୍ୟକୀୟ ଖାଦ୍ୟ ଉପରେ ଛାଡ ହେବ ଜିଏସଟି । ବିଶେଷ କରି ୫ ପ୍ରତିଶତରୁ ୧୮ ପ୍ରତିଶତ ଜିଏସଟି ଲାଗୁ ହୋଇଥିବା ଖାଦ୍ୟ ଏବଂ ସାମଗ୍ରୀ ଉପରେ ଜିଏସଟି ଛାଡ଼ କରାଯିବ ବୋଲି ସୂଚନା ରହିଛି । ୟୁଏଚଟି କ୍ଷୀର, ପ୍ୟାକେଟ୍ ଛେନା, ପିଜା ବ୍ରେଡ, ଚପାତି, ଆଦି ଖାଦ୍ୟସାମଗ୍ରୀ ଉପରେ ଶୂନ୍ୟ ଜିଏସଟି ଲାଗୁ ହେବ । ସେହିପରି ୧୮% ପ୍ରତିଶତ ଜିଏସଟି ଲାଗୁ ହୋଇଥିବା ପରଟା ଉପରେ ମଧ୍ୟ ଜିଏସଟି ଛାଡ କରାଯିବ । ଏନେଇ ପ୍ରସ୍ତାବ ଆସିଥିବା ସୂଚନା ମଳିଛି ।
ସେହପରି ପାଠ୍ୟ ଉପକରଣ ଉପରେ ମଧ୍ୟ ଜିଏସଟି ଛାଡ଼ ହେବ । ମ୍ୟାପ୍, ହାଇଡ୍ରୋଗ୍ରାଫିକ ଚାର୍ଟ, ଆଟାଲାସ, ସବୁ ପ୍ରକାରର ପେନସିଲ, କାନ୍ଥ ମ୍ୟାପ୍, ଗ୍ଲୋବ୍ସ, ପ୍ରିଣ୍ଟେଡ ଚାର୍ଟ, ନୋଟବୁକ ଆଦି ଶିକ୍ଷାକ୍ଷେତ୍ରରେ ଜଡିତ ସାମଗ୍ରୀ ଉପରେ ଜିଏସଟି ଛାଡ଼ ହେବ । ଏସବୁ ଉପରେ ଏବେ ୧୨ ପ୍ରତିଶତ ଟାକ୍ସ ଲାଗୁ କରାଯାଇଛି । ଏହାଦ୍ବାରା ଗରିବ ଏବଂ ମଧ୍ୟବିତ୍ତ ଲୋକଙ୍କ ଉପରେ ଟାକ୍ସ ଭାର କମିବ । ଏନେଇ ଆସନ୍ତା ସପ୍ତାହରେ ଦିଲ୍ଲୀରେ ହେବାକୁ ଥିବା ୫୬ ତମ ଜିଏସଟି କାଉନସିଲ ବୈଠକରେ ଚୂଡାନ୍ତ ନିଷ୍ପତ୍ତି ହେବାର ଅଛି ।