ଖାଦ୍ୟ ଉପରେ ଛାଡ଼ ହେବ ଜିଏସ୍‌ଟି ; ଶିକ୍ଷା ସାମଗ୍ରୀ ଉପରେ ମଧ୍ୟ ହୋଇପାରେ ଛାଡ଼

୫ ପ୍ରତିଶତରୁ ୧୮ ପ୍ରତିଶତ ଜିଏସଟି ଲାଗୁ ହୋଇଥିବା ଖାଦ୍ୟ ଉପରୁ ଜିଏସଟି ଛାଡ଼ କରାଯିବ ବୋଲି ସୂଚନା ମଳିଛି । ୟୁଏଚଟି କ୍ଷୀର,  ପ୍ୟାକେଟ୍ ଛେନା, ପିଜା, ଚପାତି, ଆଦି ଖାଦ୍ୟ ସାମଗ୍ରୀ ଉପରେ ଶୂନ୍ୟ ଜିଏସଟି ଲାଗୁ ହେବ ।

ଅଦ୍ୟତନ ହୋଇଛି
12

କନକ ବ୍ୟୁରୋ : ରୁଟି, କ୍ଷୀର, ଛେନା ଭଳି ଖାଦ୍ୟ ଉପରେ ଛାଡ଼ ହେବ ଜିଏସଟି । ବିଶେଷକରି ୫ ପ୍ରତିଶତରୁ ୧୮ ପ୍ରତିଶତ ଜିଏସଟି ଲାଗୁ ହୋଇଥିବା ଖାଦ୍ୟ ଉପରୁ ଜିଏସଟି ଛାଡ଼ କରାଯିବ ବୋଲି ସୂଚନା ମଳିଛି । ୟୁଏଚଟି କ୍ଷୀର,  ପ୍ୟାକେଟ୍ ଛେନା, ପିଜା, ଚପାତି, ଆଦି ଖାଦ୍ୟ ସାମଗ୍ରୀ ଉପରେ ଶୂନ୍ୟ ଜିଏସଟି ଲାଗୁ ହେବ । ସେହିପରି ୧୮ ପ୍ରତିଶତ ଜିଏସଟି ଲାଗୁ ହୋଇଥିବା ପରଟା ଉପରେ ମଧ୍ୟ ଜିଏସଟି ଛାଡ଼ କରାଯିବ । ସେହପରି ଶିକ୍ଷା କ୍ଷେତ୍ର ସହ ଜଡ଼ିତ ସାମଗ୍ରୀ ଉପରେ ମଧ୍ୟ ଜିଏସଟି ଛାଡ଼ ହେବ ।

ମ୍ୟାପ୍, ହାଇଡ୍ରୋଗ୍ରାଫିକ ଚାର୍ଟ, ଆଟଲାସ, ସବୁ ପ୍ରକାରର ପେନସିଲ, ମ୍ୟାପ୍, ଗ୍ଲୋବ୍ସ, ପ୍ରିଣ୍ଟେଡ ଚାର୍ଟ, ନୋଟବୁକ ଆଦି ଉପରୁ ଜିଏସଟି ଛାଡ଼ ହେବ । ଏସବୁ ଉପରେ ଏବେ ୧୨ ପ୍ରତିଶତ ଜିଏସଟି ଲାଗୁ କରାଯାଇଛି । ଏହାଦ୍ବାରା ଗରିବ ଏବଂ ମଧ୍ୟବିତ୍ତ ଲୋକଙ୍କ ଉପରେ ଜିଏସଟି ଭାର କମିବ। ଏନେଇ ଆସନ୍ତା ସପ୍ତାହରେ ଦିଲ୍ଲୀରେ ହେବାକୁ ଥିବା ୫୬ତମ ଜିଏସଟି କାଉନସିଲ ବୈଠରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବାର ଅଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe