GST ସ୍ଲାବରେ ପରିବର୍ତ୍ତନ,ରାଜ୍ୟ ହେବେ ଲାଭବାନ : ଚମକାଇଦେଲା ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ ପକ୍ଷରୁ ଜାରି ରିପୋର୍ଟ

ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ ପକ୍ଷରୁ ଜାରି ରିପୋର୍ଟ କହିଛି ଯେ ଜିଏସ୍‌ଟି ସଂସ୍କାର ଦ୍ବାରା ଲାଭବାନ ହେବେ ରାଜ୍ୟ । ଏସ୍‌ବିଆଇ ଇକୋରାପ୍ ରିପୋର୍ଟ କହୁଛି ଯେ ଜିଏସ୍‌ଟି ସଂସ୍କାର ଦ୍ବାରା ଓଡ଼ିଶାକୁ ୧୮ ହଜାର ୭୫୧ କୋଟି ଟଙ୍କା ଲାଭ ମିଳିବ ।

GST

GST Photograph: (KanakNews)

କନକ ବ୍ୟୁରୋ : ଜିଏସ୍‌ଟି ସ୍ଲାବରେ ପରିବର୍ତ୍ତନ ପରେ ରାଜ୍ୟଗୁଡ଼ିକୁ ବିପୁଳ କ୍ଷତି ସହିବାକୁ ପଡ଼ିବ ବୋଲି ଆକଳନ କରାଯାଉଥିଲା । କିନ୍ତୁ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ ପକ୍ଷରୁ ଜାରି ରିପୋର୍ଟ କହିଛି ଯେ ଜିଏସ୍‌ଟି ସଂସ୍କାର ଦ୍ବାରା ଲାଭବାନ ହେବେ ରାଜ୍ୟ । ଏସ୍‌ବିଆଇ ଇକୋରାପ୍ ରିପୋର୍ଟ କହୁଛି ଯେ ଜିଏସ୍‌ଟି ସଂସ୍କାର ଦ୍ବାରା ଓଡ଼ିଶାକୁ ୧୮ ହଜାର ୭୫୧ କୋଟି ଟଙ୍କା ଲାଭ ମିଳିବ । କେବଳ ଓଡ଼ିଶା ନୁହେଁ, ଦେଶର ଅନ୍ୟ ସବୁ ରାଜ୍ୟ ମଧ୍ୟ ଜିଏସ୍‌ଟି ସଂସ୍କାର ଦ୍ବାରା ଉପକୃତ ହେବେ । ପ୍ରତି ୧୦୦ ଟଙ୍କାର ଜିଏସ୍‌ଟିରୁ ରାଜ୍ୟ ପାଉଛନ୍ତି ୭୦.୫ ଟଙ୍କା । ସେହିପରି କେନ୍ଦ୍ର ପାଇବ ୨୯ ଟଙ୍କା ୫୦ ପଇସା । ପ୍ରକାଶିତ ରିପୋର୍ଟରେ ଆହୁରି ଦର୍ଶାଯାଇଛି ଯେ ୨୦୨୫-୨୬ରେ ରାଜ୍ୟଗୁଡ଼ିକ ରାଜ୍ୟ ଜିଏସ୍‌ଟି ଭାବେ ଅତିକମ୍‌ରେ ୧୦ ଲକ୍ଷ କୋଟି ଟଙ୍କା ପାଇବେ । ଏହା ବ୍ୟତୀତ କେନ୍ଦ୍ରୀୟ ଟିକସରେ ନିଜର ଭାଗ ବାବଦରେ ୪.୧ ଲକ୍ଷ କୋଟି ଟଙ୍କା ପାଇବେ । ଯଦି ପ୍ରଭାବୀ ଜିଏସ୍‌ଟି ହାର ୯.୫ ପ୍ରତିଶତ ହେବ, ତେବେ ରାଜସ୍ବ ସଂଗ୍ରହ ୫୨ ହଜାର କୋଟି ଟଙ୍କା ବଢ଼ିବ । ୫୦: ୫୦ ଅନୁପାତରେ ଟିକସ ଭାଗବଣ୍ଟା ହେଲେ ରାଜ୍ୟମାନଙ୍କୁ ଅଧିକ ୨୬ ହଜାର କୋଟି ଟଙ୍କା ଓ କେନ୍ଦ୍ରକୁ ୨୬ହଜାର କୋଟି ଟଙ୍କା ମିଳିବ । 

କେଉଁ ରାଜ୍ୟକୁ କେତେ ଲାଭ?

ରାଜ୍ୟ             ଅଧିକ ରାଜସ୍ବ        
ଉତ୍ତରପ୍ରଦେଶ        ୭୪,୨୮୭ କୋଟି
ବିହାର            ୪୧,୬୫୧ କୋଟି
ମଧ୍ୟପ୍ରଦେଶ        ୩୨,୫୦୮ କୋଟି
ପଶ୍ଚିମବଙ୍ଗ        ୩୧,୧୫୪ କୋଟି
ମହାରାଷ୍ଟ୍ର        ୨୬,୧୫୯ କୋଟି
ରାଜସ୍ଥାନ        ୨୪,୯୫୪ କୋଟି
ଓଡ଼ିଶା             ୧୮,୭୫୧ କୋଟି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe