କନକ ବ୍ୟୁରୋ : ଜିଏସଟି ସ୍ଲାବରେ ପରିବର୍ତ୍ତନ ପରେ ଓଡ଼ିଶାକୁ ମିଳିବ ବଡ଼ ଲାଭ । ନୂଆଦିଲ୍ଲୀରେ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀ କହିଛନ୍ତି କେନ୍ଦୁପତ୍ର ଉପରେ ଜଏସଟି ୧୮ରୁ ୫ ପ୍ରତିଶତ ହ୍ରାସ ପାଇଛି । ଏହା ଦ୍ବାରା ରାଜ୍ୟର କେନ୍ଦୁପତ୍ର ତୋଳାଳି ଅଧିକ ଲାଭବାନ୍ ହେବେ । ଏହା ସହ କୃଷି କ୍ଷେତ୍ରରେ ମଧ୍ୟ ଚାଷୀଙ୍କୁ ଅଧିକ ଲାଭ ମିଳିବ । କୃଷି କ୍ଷେତ୍ରରେ ଜିଏସଟି ହ୍ରାସ ପାଇଥିବାରୁ ରାଜ୍ୟର କୃଷକ ଅଧିକ ଲାଭାନ୍ବିତ ହେବେ । ଏହା ସହ କୋଇଲା ଉତ୍ପାଦନରେ ମଧ୍ୟ ଓଡ଼ିଶାକୁ ଅଧିକ ଲାଭ ମିଳିବ । ସେସ୍ କମିବା ଯୋଗୁ ଅଧିକ ଫାଇଦାରେ ରହିବ ଓଡ଼ିଶା । କେନ୍ଦ୍ର ସରକାର ଜିଏସଟି ସ୍ଲାବରେ ପରିବର୍ତ୍ତନ କରିଥିବାରୁ ରାଜ୍ୟର ମଧ୍ୟବିତ ଓ ନିମ୍ନ ମଧ୍ୟବିତ ଅଧିକ ଉପକୃତ ହେବେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।
ଜିଏସଟି ସ୍ଲାବରେ ପରିବର୍ତ୍ତନ ପରେ ଓଡ଼ିଶାକୁ ମିଳିବ ବଡ଼ ଲାଭ, କେନ୍ଦୁପତ୍ର ତୋଳାଳି ଓ କୋଇଲା ଉତ୍ପାଦନରୁ ଲାଭ ମିଳିବା ନେଇ ମୁଖ୍ୟମନ୍ତ୍ରୀଙ୍କ ସୂଚନା
ଏହା ଦ୍ବାରା ରାଜ୍ୟର କେନ୍ଦୁପତ୍ର ତୋଳାଳି ଅଧିକ ଲାଭବାନ୍ ହେବେ । ଏହା ସହ କୃଷି କ୍ଷେତ୍ରରେ ମଧ୍ୟ ଚାଷୀଙ୍କୁ ଅଧିକ ଲାଭ ମିଳିବ । କୃଷି କ୍ଷେତ୍ରରେ ଜିଏସଟି ହ୍ରାସ ପାଇଥିବାରୁ ରାଜ୍ୟର କୃଷକ ଅଧିକ ଲାଭାନ୍ବିତ ହେବେ ।
/kanak/media/media_files/2025/09/04/3-2025-09-04-16-32-54.jpg)