କନକ ବ୍ୟୁରୋ: ଭାରତ ସରକାରଙ୍କ ପକ୍ଷରୁ ଦ୍ରବ୍ୟ ଓ ସେବା କର (ଜିଏସଟି)ରେ ବଡ଼ଧରଣର ହ୍ରାସ କରାଯାଇଛି । ଯାହା ସାଧାରଣ, ମଧ୍ୟବିତ୍ତ ପରିବାରଙ୍କ ପାଇଁ ଏକପ୍ରକାର ବଡ଼ ସୁଯୋଗ । ବର୍ତ୍ତମାନ ଭାରତରେ ପାର୍ବଣ ଋତୁ ଚାଲିଥିବାରୁ ଏହି ଜିଏସଟି ହ୍ରାସ ଜନସାଧାରଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ ଆଣି ଦେଇଛି । ଲୁଗାପଟା, କସମେଟିକ, ଇଲେକ୍ଟ୍ରିଟକ୍ସ, ଅଟୋମୋବାଇଲ ଓ ଗାଡ଼ି ଶୋରୁମ୍ ବଜାରରେ ଦର ହ୍ରାସ ହୋଇଥିବାରୁ ଗ୍ରାହକମାନେ ବିଭିନ୍ନ ନୂଆ ସାମଗ୍ରୀ କିଣିବାରେ ଆଗଭର ହେଉଥିବାର ପରିଲକ୍ଷିତ ହୋଇଛି ।
ନବରାତ୍ରୀ ଉପଲକ୍ଷେ ଅଫର ସହ ଜିଏସ୍ଟି ହ୍ରାସ ଯୋଗୁ ଦ୍ବିଗୁଣା ସୁବିଧା ମିଳୁଥିବାରୁ ଗ୍ରାହକଙ୍କ ଭିଡ଼ ଜମୁଛି । ଏହି ପରିପ୍ରେକ୍ଷୀରେ ରାଉରକେଲାର ବାସନ୍ତୀ କଲୋନିସ୍ଥିତ ରୟାଲ ଏନ୍ଫିଲ୍ମ ଶୋରୁମ୍ ଅଧୀନ ଦି ଏଜେଣ୍ଟସ ଆଣ୍ଡ ଡିଷ୍ଟ୍ରିବ୍ୟୁଟର୍ସ ବୁଲେଟ ଶୋରୁମରେ ନୂଆ ମଡେଲ ସମେତ ବୁଲେଟ ନେବା ପାଇଁ ଗ୍ରାହକଙ୍କ ଭିଡ ହେଉଛି । ଷ୍ଟାଇଲିସ୍, ନୂଆ ମଡେଲ ଗାଡ଼ି ପାଇଁ ଆଗୁଆ ଆସି ବୁକିଂ କରିବା ସହ ମନପସନ୍ଦର ଗାଡ଼ି କିଣୁଛନ୍ତି। ଜିଏସ୍ଟି ହ୍ରାସ ପରେ ପ୍ରାୟ ୨୨ହଜାର ପର୍ଯ୍ୟନ୍ତ ଛାଡ଼ ରହିଥିବାରୁ ଗ୍ରାହକଙ୍କ ପାଇଁ ଏକ ସୁଯୋଗ ଥିବାବେଳେ ଏହାର ସୁବିଧା ଉଠାଇବା ପାଇଁ ଡିଷ୍ଟ୍ରିବ୍ୟୁଟର ମାଲିକ ନବକିଶୋର ଶତପଥୀ ଓ ଶୁଭ୍ରାଂଶୁ ଶତପଥୀ ସୂଚନା ଦେଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/09/27/royal-enfield-2025-09-27-11-22-42.jpg)