କନକ ବ୍ୟୁରୋ : ଜିଏସଟି କାଉନସିଲର ୫୬ତମ ବୈଠକରେ ଜିଏସଟି ସ୍ଲାବରେ ବଡ଼ ପରିବର୍ତ୍ତନ କରାଯାଇଛି । ଜିଏସଟିରେ ଥିବା ୧୨ ଓ ୨୮ ପ୍ରତିଶତ ସ୍ଲାବକୁ ହଟାଇ ଦିଆଯାଇଛି । ଏହା ବଦଳରେ ୫ ଓ ୧୮ ପ୍ରତିଶତ ସ୍ଲାବ ଲାଗୁ ହେବ । ଯାହା ଫଳରେ ଅତ୍ୟାବଶ୍ୟକ ସାମଗ୍ରୀ ଶସ୍ତା ହେବ । ସେହିଭଳି ବିଳାସପୂର୍ଣ୍ଣ ସାମଗ୍ରୀ ଉପରେ ୪୦ ପ୍ରତିଶତ ଜିଏସଟି ଲାଗିବ । ବୈଠକ ପରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି, ଦେଶରେ ସାଧାରଣ ଲୋକଙ୍କ ହିତକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି । ସେପ୍ଟେମ୍ବର ୨୨ ତାରିଖରୁ ନିର୍ଦ୍ଧାରିତ ଜିଏସଟି ଲାଗୁ ହେବ । 

କେଉଁ ଦ୍ରବ୍ୟ ଉପରେ ଶୂନ ଜିଏସଟି ?

Advertisment

ଛେନା, ପନୀର, ରୁଟି
ପିଜ୍ଜା ବ୍ରେଡ, ପାଉଡର କ୍ଷୀର, ପରଟା
ମ୍ୟାପ୍, ଚାର୍ଟ, ଗ୍ଲୋବ, ପେନସିଲ୍, ଖାତା ବହି, ରବର
ବ୍ୟକ୍ତିଗତ ସ୍ୱାସ୍ଥ୍ୟ ଓ ଜୀବନ ବୀମା

କାହା ଉପରେ ୫% ଜିଏସଟି ?

ମୁଣ୍ଡରେ ଲଗାଇବା ତେଲ, ସାମ୍ପୁ, ସାବୁନ, ସାଇକେଲ, ଟୁଥ୍‌ପେଷ୍ଟ
ନମକିନ୍, ଭୁଜିଆ, ପାସ୍ତା, ନୁଡଲ୍ସ, ଚକୋଲେଟ, କଫି, ଘିଅ, ଲହୁଣି
ସିଲେଇ ମେସିନ ଓ ପାର୍ଟସ, ନ୍ୟାପକିନ୍, କ୍ଲିନିକାଲ ଡାଇପର
ଛୋଟ ପିଲାଙ୍କୁ କ୍ଷୀର ଖୁଆଇବା ବୋତଲ
ଟ୍ରାକ୍ଟର, ଟ୍ରାକ୍ଟର ଟାୟାର ଓ ପାର୍ଟସ୍, ନିର୍ଦ୍ଦିଷ୍ଟ ଜୈବିକ ସାର
ଚାଷ କାମରେ ଲାଗୁଥିବା ମେସିନ
ଥର୍ମୋମିଟର, ମେଡିକାଲରେ ବ୍ୟବହୃତ ଅକ୍ସିଜେନ୍
ଡାଇଗ୍ନୋଷ୍ଟିକ କିଟ୍, ଗ୍ଲୋକୋମିଟର

କାହା ଉପରେ ୧୮% ଜିଏସଟି ? 

ଏସି ମେସିନ, ଟିଭି, ୱାସିଂମେସିନ, ଛୋଟ କାର,
ମୋଟର ସାଇକେଲ (୩୫୦ ସିସିରୁ କମ୍ ହୋଇଥିବ)
ସବୁ କାର ପାର୍ଟସ୍ ଉପରେ ୧୮% ଜିଏସଟି
ପେଟ୍ରୋଲ-ଏଲପିଜି ଓ ସିଏନଜି କାର( ୧୨ଶହ ସିସି ଓ ୪ ହଜାରର ଏମଏମରୁ କମ୍ ହୋଇଥିବ)
ତିନି ଚକିଆ ଯାନ, ସାମଗ୍ରୀ ପରିବହନ କରୁଥିବା ଗାଡ଼ି
ଡିଜେଲ୍ ଚାଳିତ ଗାଡ଼ି (୧୫ଶହ ସିସି ଓ ୪ ହଜାରର ଏମଏମରୁ କମ୍ ହୋଇଥିବ)
ମନିଟର ଓ ପ୍ରୋଜେକ୍ଟର ଉପରେ ଲାଗୁ ହେବ ୧୮% ଜିଏସଟି
ସିମେଣ୍ଟ ଉପରେ ଲାଗୁ ହେବ ୧୮% ଜିଏସଟି
ସିମେଣ୍ଟ ଉପରେ ୨୮%ରୁ ଜିଏସଟି କମି ହେଲା ୧୮% ଜିଏସଟି