୨ଟି ସ୍ଲାବକୁ ଆସିଲା ଜିଏସଟି, କେତେ କ୍ଷତି ସହିବ ଓଡ଼ିଶା?

Advertisment

ଜିଏସ୍‌ଟି ସ୍ଲାବ କମିବା ଦ୍ବାରା କୋଟି କୋଟି ଟଙ୍କା ହରାଇବ ଓଡ଼ିଶା।

ଜିଏସ୍‌ଟି ସ୍ଲାବ କମିବା ଦ୍ବାରା କୋଟି କୋଟି ଟଙ୍କା ହରାଇବ ଓଡ଼ିଶା।

କମିଲା ଜିଏସଟି: ଓଡ଼ିଶାର ଲାଭ କଣ?

କମିଲା ଜିଏସଟି: ଓଡ଼ିଶାର ଲାଭ କଣ? Photograph: (KanakNews)

କନକ ବ୍ୟୁରୋ:  ଜିଏସ୍‌ଟିକୁ ୨ଟି ସ୍ଲାବ୍‌କୁ ଆଣିଛନ୍ତି କେନ୍ଦ୍ର ସରକାର । ସାଧାରଣ ଲୋକ ଏହାଦ୍ବାରା ଲାଭବାନ ହେବେ ସତ କିନ୍ତୁ ଅନେକ ରାଜ୍ୟକୁ ସହିବାକୁ ପଡିବ କ୍ଷତି। ଯେଉଁ ତାଲିକାରେ ଓଡ଼ିଶା ମଧ୍ୟ ରହିଛି । ଜିଏସ୍‌ଟି ସ୍ଲାବ ହ୍ରାସ ପାଇବା ପରେ ରାଜ୍ୟ ଗୁଡିକରେ ଜିଏସ୍‌ଟି ସଂଗ୍ରହ ୨୦ ପ୍ରତିଶତ କମିବ ।ଏହାଦ୍ବାରା ଓଡ଼ିଶା ମାସକୁ ୧୦୦୦ କୋଟି ଟଙ୍କା ହରାଇପାରେ । ହେଲେ ଏହାଦ୍ବାରା ହେବାକୁ ଥିବା କ୍ଷତିର ଭରଣା କିଏ କରିବ ତାହାକୁ ନେଇ ଚିନ୍ତାରେ ସରକାର  ?  

ଦେଶରେ ଜିଏସଟି ଲାଗୁ ହେବା ପରେ ରାଜ୍ୟ ଗୁଡ଼ିକୁ ୫ ବର୍ଷ ଯାଏଁ କ୍ଷତିପୂରଣ ଦେବାକୁ ନିଷ୍ପତ୍ତି ହୋଇଥିଲା ।  ୨୦୧୭-୧୮ରୁ ୨୦୨୨-୨୩ ମଧ୍ୟରେ ଓଡ଼ିଶା ପ୍ରାୟ ୧୬,୧୬୫ କୋଟି ଟଙ୍କାର ଜିଏସ୍‌ଟି କ୍ଷତିପୂରଣ ପାଇଛି । ୨୦୨୫-୨୬ ଆର୍ଥିକ ବର୍ଷରେ ଏହି କ୍ଷତିପୂରଣ ବାବଦରେ ସରକାର ୩୦୦୦ କୋଟି ଟଙ୍କା ପାଇବା ଆଶା ଥିଲା । ହେଲେ ଏବେ ଅଧିକ ରାଜସ୍ବ ହାନି ହେବା ପରେ କ୍ଷତିପୂରଣ ବାବଦକୁ ଓଡ଼ିଶାକୁ କେତେ ଟଙ୍କା ମିଳିବ ତାହା ଅପେକ୍ଷାରେ ସରକାର ।  ଓଡ଼ିଶାରେ ଡବଲ ଇଞ୍ଜିନ ସରକାର । ତେଣୁ ଜିଏସଟି ହ୍ରାସ ଯୋଗୁଁ ହେବାକୁ ଥିବା କ୍ଷତିଭରଣା ପାଇଁ କେନ୍ଦ୍ର ସରକାର ନେଇପାରନ୍ତି ବଡ ନିଷ୍ପତ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe