କନକ ବ୍ୟୁରୋ : ଜଣେ ଦିନ ମଜୁରିଆଙ୍କ ଉପରେ ୧କୋଟି ୯୬ଲକ୍ଷ ଟଙ୍କାର ଟ୍ୟାକ୍ସ ଲଗାଇଛି ଜିଏସଟି ବିଭାଗ । ଜିଏଟି ବିଭାଗର ନୋଟିସ୍ ପାଇବା ପରେ ବ୍ୟକ୍ତିଙ୍କ ପାଦତଳୁ ମାଟି ଖସିଯାଇଛି । ଯହାର ରୋଜଗାର ମାସକୁ ମାତ୍ର ୧୬ ହଜାର ଟଙ୍କା ତାଙ୍କୁ ନିକଟକୁ ଆସିଛି ପାଖାପାଖି ୨କୋଟିର ଇନକମ୍ ଟ୍ୟାକ୍ସ ନୋଟିସ୍ । 
ଗୁଜରାଟର ପାଟଣା ଜିଲ୍ଲାରୁ ଏପରି ଅଶ୍ଚର୍ଯ୍ୟ କଲାଭଳି ଘଟଣା ଆସିଛି । ସୁନୀଲ ନାମକ ଏକ ବ୍ୟକ୍ତି ଦିନ ମଜୁରି କରି ଦୁଇପଇସ ରୋଜରାଗ କରନ୍ତି । ମାସକୁ ମାତ୍ର ୧୬ହଜାର ଟଙ୍କା ତାଙ୍କର ରୋଜଗାର । ଏଥିରେ ହିଁ ତାଙ୍କ ଘରର ଭରଣ ପୋଷଣ ହୋଇଥାଏ । କିନ୍ତୁ ତାଙ୍କ ଉପରେ ଏତେ ଟଙ୍କାର ଟ୍ୟାକ୍ସ କେମିତି ଲଗାଇଲା ବେଙ୍ଗାଲୁରୁ ଜିଏସଟି ବିଭାଗ ? 

Advertisment

କାହିଁକି ଲାଗିଲା ଟ୍ୟାକ୍ସ? 
ଜିଏସଟି ନୋଟି ପାଇବା ପରେ ସୁନୀଲ୍ ଜଣେ ଓକିଲଙ୍କୁ ପରାମର୍ଶ କରିଥିଲେ । ଆଉ ତଦନ୍ତ ପରେ ଜଣାପଡିଥିଲା ତାଙ୍କ ନାଁରେ ଭିନ୍ନ ଭିନ୍ନ ସ୍ଥାନରେ ୧୧ଟି କମ୍ପାନୀ ଚାଲିଛି । ଆଉ ସେହି କମ୍ପାନୀ କୌଣସି ଟ୍ୟାକ୍ସ ଦେଉନାହିଁ । ଯେଉଁଥିପାଇଁ ସୁନୀଲଙ୍କ ପାଖକୁ ମୋଟା ଅଙ୍କର ଟ୍ୟାକ୍ସ ନୋଟିସ୍ ଆସିଛି । 

ସୁନୀଲଙ୍କ ନାଁରେ ୧୧ଟି କମ୍ପାନୀ ଖୋଲିଲା କେମିତି? 
ଆଧାର କାର୍ଡକୁ ପର୍ଜି କରି ବିଭିନ୍ନ ପ୍ରକାର ଅପରାଧ ହେଉଥିବା ଖବର ଅନେକ ସମୟରେ ସାମ୍ନାକୁ ଆସିଛି । ଠିକ୍ ସେହିପରି ଘଟଣା ସୁନୀଲଙ୍କ ସହ ଘଟିଛି । ସୁନୀଲଙ୍କ ଆଧାର କାର୍ଡକୁ ବ୍ୟବହାର କରି ୧୧ଟି ସ୍ଥାନ ଉତ୍ତର ପ୍ରଦେଶର ଅଯୋଧ୍ୟା, ଅଲିଗଡ, ଅରୁଣାଚଳପ୍ରଦେଶ, ମଣିପୁର, ତ୍ରିପୁରା, ନାଗପୁର, କର୍ଣ୍ଣାଟକ, ତାମିଲନାଡୁ, ଆଣ୍ଡାମାନ୍ ନିକୋବର୍ ଭଳି ସ୍ଥାନରେ କମ୍ପାନୀ ଖୋଲି ବ୍ୟବସାୟ କରିଆସୁଛି ସାଇବର ଠକ । ଘଟଣା ସାମ୍ନାକୁ ଆସିବା ପରେ ସୁନୀଲ ଓ ତାଙ୍କ ପରିବାର ଗୃହ ବିଭାଗ ଏବଂ କ୍ରାଇବ୍ରାଞ୍ଚରେ ଆଭିଯୋଗ କରିଛନ୍ତି । ତଦନ୍ତ ପରେ ଜଣା ପଡିଛି ଏହା ପଛରେ ଥିବା ମାଷ୍ଟର ମାଇଣ୍ଡ କିଏ । ଏବଂ ଏହା ପଛରେ ଜଣେ ନୁହେଁ ପୂରା ରାକେଟ୍ କାମ କରୁଛି ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି ।