ଜିଏସଟି କାଉନସିଲର ବଡ଼ ନିଷ୍ପତ୍ତି, କେବଳ ଦୁଇଟି ସ୍ଲାବରେ ଆଦାୟ ହେବ ଜିଏସଟି

ଏହି କ୍ରମରେ ଏବେ ଆଉ ୪ଟି ସ୍ଲାବ ନୁହେଁ ବରଂ ୨ ଟି ସ୍ଲାବରେ ଏହି କର ଆଦାୟ କରାଯିବ । କେବଳ ୫ ପ୍ରତିଶତ ଓ ୧୮ ପ୍ରତିଶତ ସ୍ଲାବ ଲାଗୁ ହେବ । ୧୨ ଓ ୨୮ ପ୍ରତିଶତ ସ୍ଲାବ ବନ୍ଦ୍ କରାଯାଇଛି । ସେପ୍ଟେମ୍ବର ୨୨ ତାରିଖରୁ ଲାଗୁ ହେବ ନୂଆ ସ୍ଲାବ ।

37

କନକ ବ୍ୟୁରୋ : ଆଜି ବସିଥିବା ଜିଏସଟି କାଉନସିଲ ବୈଠକରେ ବଡ଼ ନିଷ୍ପତ୍ତି ନିଆଯାଇଛି । ଏହି କ୍ରମରେ ଏବେ ଆଉ ୪ଟି ସ୍ଲାବ ନୁହେଁ ବରଂ ୨ ଟି ସ୍ଲାବରେ ଏହି କର ଆଦାୟ କରାଯିବ । କେବଳ ୫ ପ୍ରତିଶତ ଓ ୧୮ ପ୍ରତିଶତ ସ୍ଲାବ ଲାଗୁ ହେବ । ୧୨ ଓ ୨୮ ପ୍ରତିଶତ ସ୍ଲାବ ବନ୍ଦ୍ କରାଯାଇଛି । ସେପ୍ଟେମ୍ବର ୨୨ ତାରିଖରୁ ଲାଗୁ ହେବ ନୂଆ ସ୍ଲାବ । ସୂତ୍ର ସୂଚନା ମୁତାବକ ସ୍ୱାସ୍ଥ୍ୟ ଓ ଜୀବନ ବୀମା ଉପରେ ଜିଏସଟି ଲାଗିବ ନାହିଁ । ଉପଭୋଗ ସାମଗ୍ରୀକୁ ୪୦ ପ୍ରତିଶତ ସ୍ଲାବରେ ରଖାଯାଇଛି । ଏବେ ଅଧିକାଂଶ ସାମଗ୍ରୀ ଉପରେ ୫ ଓ ୧୮ ପ୍ରତିଶତ ଟ୍ୟାକ୍ସ ଲାଗିବ । ଏହା ଔପଚାରିକ ଭାବେ ଘୋଷଣା ହୋଇନାହିଁ 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe