ଜିଏସଟି ପରିଷଦ ବୈଠକରେ ମଧ୍ୟବିତ୍ତଙ୍କୁ ମିଳିପାରେ ଆଶ୍ୱସ୍ତି, ୪ ଟି ସ୍ଲାବରୁ ହଟିପାରେ ୨ଟି, କମିପାରେ ଅତ୍ୟାବଶକୀୟ ସାମଗ୍ରୀର ଦର

28

କନକ ବ୍ୟୁରୋ :  ଦିଲ୍ଲୀରେ ବସିଛି ଦୁଇ ଦିନିଆ ଜିଏସଟି କାଉନସିଲ ବୈଠକ । ସାରା ଦେଶର ନଜର ଏହି ବୈଠକ ଉପରେ ରହିଛି । ସମାପ୍ତ ହୋଇପାରେ ଜିଏସଟିର ୧୨ ଓ ୨୮ ପ୍ରତିଶତ ସ୍ଲାବ୍‌ । ରହିପାରେ ୫, ୧୮ ଓ ୪୦% ସ୍ଲାବ । ୧୨ % ସ୍ଲାବରେ ଥିବା ୯୯% ସାମଗ୍ରୀ ଓ ସେବା ୫% ସ୍ଲାବରେ ଆସିପାରେ । ୨୮% ସ୍ଲାବରେ ଥିବା ୯୦%  ସାମଗ୍ରୀ ଓ ସେବା ୧୮% ସ୍ଲାବରେ ଆସିପାରେ । ଗତକାଲି ଦିଲ୍ଲୀରେ ରାଜ୍ୟ ଜିଏସଟି ଅଧିକାରୀଙ୍କ ବଡ ବୈଠକ ହୋଇଥିଲା। ଏଥିରେ ଜିଏସଟି ଦରରେ କ’ଣ ପରିବର୍ତ୍ତନ ହେବ, ସେହି ପ୍ରସ୍ତାବ ଉପରେ ଆଲୋଚନା ହୋଇଛି । ସ୍ବାଧୀନତା ଦିବସରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜିଏସଟିରେ ପରିବର୍ତ୍ତନ ହେବ ବୋଲି ସଙ୍କେତ ଦେଇଥିଲେ । ଜିଏସଟି ବୈଠକରେ ଯୋଗଦେବାକୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଦିଲ୍ଲୀ ଗସ୍ତରେ ଅଛନ୍ତି ।

ସ୍ଲାବରେ ପରିବର୍ତ୍ତନ ପାଇଁ ଜିଏସଟି ପରିଷଦ ଅନୁମୋଦନ କଲେ, ଅନେକ ସାମଗ୍ରୀ ଶସ୍ତା ହେବ। ଅନେକ ମହଙ୍ଗା ବି ହେବ । ତେବେ କ’ଣ ହୋଇପାରେ ଶସ୍ତା ଏବଂ କ’ଣ ହୋଇପାରେ ମହଙ୍ଗା, ଆସନ୍ତୁ ନଜର ପକାଇବା। 

କ’ଣ ଶସ୍ତା, କ’ଣ ମହଙ୍ଗା
୧୭୫ ସାମଗ୍ରୀର ଜିଏସଟି ଦର ହ୍ରାସ ହେବା ସମ୍ଭାବନା
ସ୍ବାସ୍ଥ୍ୟ ଓ ଜୀବନ ବୀମାର ପ୍ରିମିୟମରୁ ହଟିପାରେ ଜିଏସଟି
ଟିଭି, ଏସି, ଫ୍ରିଜ, ୱାଂଶି ମେସିନ ହୋଇପାରେ ଶସ୍ତା
ସିମେଣ୍ଟ ମଧ୍ୟ ଶସ୍ତା ହୋଇପାରେ
ହୋଟେଲ ବିଲ୍‌ ଉପରୁ ହଟିପାରେ ଜିଏସଟି
କପଡା, ପୋଷାକ, ଜୋତା, ଚପଲ ହୋଇପାରେ ଶସ୍ତା
ଷ୍ଟେସନାରୀ ଆଇଟମ୍, ଘରକରଣା ଜିନିଷ ଶସ୍ତା ହୋଇପାରେ
ଦୁଇ ଚକିଆ ଯାନ, କାର, ଘର ନିର୍ମାଣ ସାମଗ୍ରୀ ଶସ୍ତା ହୋଇପାରେ
ପ୍ରସାଧନ ସାମଗ୍ରୀ, ଗୁଟଖା ଓ ମାଦକ ଦ୍ରବ୍ୟ ମହଙ୍ଗା ହୋଇପାରେ
ଏହା ଉପରେ ଲାଗିପାରେ ୪୦ ପ୍ରତିଶତ ଜିଏସଟି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe