ବଢିଲା ଜିଏସଟି ସଂଗ୍ରହ ; ଡିସେମ୍ବରରେ ରାଜ୍ୟରେ ୪,୮୪୧ କୋଟିର ସାମଗ୍ରୀ, ସେବା ଟିକସ ଆଦାୟ

Advertisment

ବଢ଼ିଲା ଜିଏସଟି ସଂଗ୍ରହ । ଡିସେମ୍ବରରେ ଓଡ଼ିଶା‌ରେ ୪,୮୪୧ କୋଟିର ସାମଗ୍ରୀ ଓ ସେବା ଟିକସ ଆଦାୟ  । ୨୦୨୩ ଡିସେମ୍ବର ତୁଳନାରେ ୧୧ ପ୍ରତିଶତ ଅଧିକ । 

ବଢ଼ିଲା ଜିଏସଟି ସଂଗ୍ରହ । ଡିସେମ୍ବରରେ ଓଡ଼ିଶା‌ରେ ୪,୮୪୧ କୋଟିର ସାମଗ୍ରୀ ଓ ସେବା ଟିକସ ଆଦାୟ  । ୨୦୨୩ ଡିସେମ୍ବର ତୁଳନାରେ ୧୧ ପ୍ରତିଶତ ଅଧିକ । 

22gsy

କନକ ବ୍ୟୁରୋ:  ବଢ଼ିଲା ଜିଏସଟି ସଂଗ୍ରହ । ୨୦୨୪ ଡିସେମ୍ବର ମାସରେ ଓଡ଼ିଶା‌ରେ ୪,୮୪୧ କୋଟି ଟଙ୍କାର ସାମଗ୍ରୀ ଓ ସେବା ଟିକସ ବା ଜିଏସ୍‌ଟି ସଂଗ୍ରହ ହୋଇଛି । ୨୦୨୩ ଡିସେମ୍ବରରେ ହୋଇଥିବା ୪୩୫୧ କୋଟି ଟଙ୍କା ସଂଗ୍ରହ ତୁଳନାରେ ଏହା ୧୧ ପ୍ରତିଶତ ଅଧିକ । 

ଡିସେମ୍ବରରେ ତାମିଲନାଡୁ, ତେଲେଙ୍ଗାନା, ଛତିଶଗଡ଼, ଝାଡ଼ଖଣ୍ଡ, ଜମ୍ମୁ ଓ କାଶ୍ମୀର, ହିମାଚଳପ୍ରଦେଶରେ ଜିଏସ୍‌ଟି ସଂଗ୍ରହରେ ଦୁଇ ଅଙ୍କ ବିଶିଷ୍ଟ ବୃଦ୍ଧି ଘଟିଛି । ହରିୟାଣାରେ ଜିଏସ୍‌ଟି ସଂଗ୍ରହ ୨୮ ପ୍ରତିଶତ ବଢ଼ିଥିବା ବେଳେ ପଞ୍ଜାବରେ ୨୨ ପ୍ରତିଶତ ବଢ଼ିଛି ବୋଲି କେନ୍ଦ୍ର ସରକାର ଜାରି କରିଥିବା ତଥ୍ୟରୁ ଜଣାପଡ଼ିଛି । ୨୦୨୪ର ଏପ୍ରିଲ୍‌ରୁ ଡିସେମ୍ବର ପର୍ୟ୍ୟନ୍ତ ୯ ମାସ ମଧ୍ୟରେ ଓଡ଼ିଶାରେ ସମୁଦାୟ ୪୪,୪୫୩ କୋଟି ଟଙ୍କାର ଜିଏସ୍‌ଟି ସଂଗ୍ରହ ହୋଇଛି ଯାହା ୨୦୨୩ର ସମାନ ସମୟର ସଂଗ୍ରହ ତୁଳନାରେ ୧୨.୪ ପ୍ରତିଶତ ଅଧିକ । 

ଏହି ୯ ମାସରେ ୧୦,୮୪୧ କୋଟି ଟଙ୍କାର କେନ୍ଦ୍ରୀୟ ଜିଏସ୍‌ଟି, ୧୩,୦୭୭ କୋଟି ଟଙ୍କାର ରାଜ୍ୟ ଜିଏସ୍‌ଟି ଓ ୧୩,୦୨୦ କୋଟି ଟଙ୍କାର ସମନ୍ବିତ ଜିଏସ୍‌ଟି ଓ ୭୫୧୬ କୋଟି ଟଙ୍କାର ସେସ୍‌ ସଂଗୃହୀତ ହୋଇଛି। ତେବେ ୨୦୨୪ ଡିସେମ୍ବରରେ ସର୍ବଭାରତୀୟ ସ୍ତରରେ ୧.୭୭ ଲକ୍ଷ କୋଟି ଟଙ୍କାର ଜିଏସ୍‌ଟି ସଂଗ୍ରହ ହୋଇଛି। ଏହି ମାସରେ ୩୨,୮୩୬ କୋଟି ଟଙ୍କାର କେନ୍ଦ୍ରୀୟ ଜିଏସ୍‌ଟି, ୪୦,୪୯୯ କୋଟି ଟଙ୍କାର ରାଜ୍ୟ ଜିଏସ୍‌ଟି, ୪୭,୭୮୩ କୋଟି ଟଙ୍କାର ସମନ୍ବିତ ଜିଏସ୍‌ଟି ଓ ୧୧,୪୭୧ କୋଟି ଟଙ୍କାର ସେସ୍‌ ସଂଗୃହୀତ ହୋଇଛି। 

୨୦୨୩ ଡିସେମ୍ବରରେ ଦେଶରେ ୧.୬୫ ଲକ୍ଷ କୋଟି ଟଙ୍କାର ଜିଏସ୍‌ଟି ସଂଗ୍ରହ କରାଯାଇଥିଲା। ୨୦୨୪ର ଏପ୍ରିଲ୍ ମାସରେ ସର୍ବାଧିକ ୨.୧୦ ଲକ୍ଷ କୋଟି ଟଙ୍କାର ଜିଏସ୍‌ଟି ଆଦାୟ ହୋଇଥିଲା। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe