ମେ'ମାସରେ ଆଶାତୀତ ବୃଦ୍ଧି ପାଇଲା ଜିଏସଟି କଲେକସନ, ଜାଣନ୍ତୁ କେତେ ଟଙ୍କା ହୋଇଛି ଆଦାୟ

ସରକାରଙ୍କ ସୂଚନା ମୁତାବକ ଘରୋଇ ନେଣଦେଣ ଉପରେ ମୋଟ ଜିଏସଟି ଆଦାୟ ୧୩.୭ ପ୍ରତିଶତ ବୃଦ୍ଧି ପାଇ ୧.୫୦ ଲକ୍ଷ କୋଟି ହୋଇଥିବା ବେଳେ ଆମଦାନୀ ଉପରୁ ଜିଏସଟି ସଂଗ୍ରହ ୨୫.୨ ପ୍ରତିଶତ ବୃଦ୍ଧି ପାଇ ୫୧.୨୬୬ କୋଟି ହୋଇଛି । ମେ' ମାସରେ ମୋଟ କେନ୍ଦ୍ରୀୟ ଜିଏସଟି ଆଦାୟ ୩୫,୪୩୪ କୋଟି ଟଙ୍କା । ରାଜ୍ୟ ଜିଏସଟି ରାଜସ୍ୱ ୪୩,୯୦୨ କୋଟି ଟଙ୍କା ହୋଇଥିବା ବେଳେ ଏକୀକୃତ ଜିଏସଟି ଆଦାୟ ପାଖାପାଖି ୧.୦୯ ଲକ୍ଷ କୋଟି ଟଙ୍କା ରହିଛି ।

SDFSDSSS

କନକ ବ୍ୟୁରୋ : ମେ'ମାସରେ ଜିଏସଟି ଆଦାୟ ୧୬.୪ ପ୍ରତିଶତ ବୃଦ୍ଧି ପାଇ ୨.୦୧ ଲକ୍ଷ କୋଟିରେ ପହଞ୍ଚିଛି । ରବିବାର ଦିନ ସରକାର ଏନେଇ ସୂଚନା ଜାରି କରିଛନ୍ତି । ଏହା ପୂର୍ବରୁ ଏପ୍ରିଲ୍ ମାସରେ ଜିଏସଟି ଆଦାୟ ୨.୩୭ ଲକ୍ଷ କୋଟି ହୋଇଥିଲା । ଯାହା ଜିଏସଟି ଆଦାୟ କ୍ଷେତ୍ରରେ ସବୁଠାରୁ ଅଧିକ ବୋଲି କୁହାଯାଇଥିଲା । 

ସରକାରଙ୍କ ସୂଚନା ମୁତାବକ ଘରୋଇ ନେଣଦେଣ ଉପରେ ମୋଟ ଜିଏସଟି ଆଦାୟ ୧୩.୭ ପ୍ରତିଶତ ବୃଦ୍ଧି ପାଇ ୧.୫୦ ଲକ୍ଷ କୋଟି ହୋଇଥିବା ବେଳେ ଆମଦାନୀ ଉପରୁ ଜିଏସଟି ସଂଗ୍ରହ ୨୫.୨ ପ୍ରତିଶତ ବୃଦ୍ଧି ପାଇ ୫୧.୨୬୬ କୋଟି ହୋଇଛି । ମେ' ମାସରେ ମୋଟ କେନ୍ଦ୍ରୀୟ ଜିଏସଟି ଆଦାୟ ୩୫,୪୩୪ କୋଟି ଟଙ୍କା । ରାଜ୍ୟ ଜିଏସଟି ରାଜସ୍ୱ ୪୩,୯୦୨ କୋଟି ଟଙ୍କା ହୋଇଥିବା ବେଳେ ଏକୀକୃତ ଜିଏସଟି ଆଦାୟ ପାଖାପାଖି ୧.୦୯ ଲକ୍ଷ କୋଟି ଟଙ୍କା ରହିଛି । ଉପକର ରାଜସ୍ୱ ୧୨,୮୭୯ କୋଟି ଟଙ୍କା ରହିଛି । ଯଦି ୨୦୨୪ ମେ' ମାସକୁ ଦେଖିବା ତେବେ ମୋଟ ଜିଏସଟି ଆଦାୟ ୧,୭୨, ୭୩୯ କୋଟି ଟଙ୍କା ହୋଇଥିଲା । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe