କନକ ବ୍ୟୁରୋ : ମେ'ମାସରେ ଜିଏସଟି ଆଦାୟ ୧୬.୪ ପ୍ରତିଶତ ବୃଦ୍ଧି ପାଇ ୨.୦୧ ଲକ୍ଷ କୋଟିରେ ପହଞ୍ଚିଛି । ରବିବାର ଦିନ ସରକାର ଏନେଇ ସୂଚନା ଜାରି କରିଛନ୍ତି । ଏହା ପୂର୍ବରୁ ଏପ୍ରିଲ୍ ମାସରେ ଜିଏସଟି ଆଦାୟ ୨.୩୭ ଲକ୍ଷ କୋଟି ହୋଇଥିଲା । ଯାହା ଜିଏସଟି ଆଦାୟ କ୍ଷେତ୍ରରେ ସବୁଠାରୁ ଅଧିକ ବୋଲି କୁହାଯାଇଥିଲା । 

Advertisment

ସରକାରଙ୍କ ସୂଚନା ମୁତାବକ ଘରୋଇ ନେଣଦେଣ ଉପରେ ମୋଟ ଜିଏସଟି ଆଦାୟ ୧୩.୭ ପ୍ରତିଶତ ବୃଦ୍ଧି ପାଇ ୧.୫୦ ଲକ୍ଷ କୋଟି ହୋଇଥିବା ବେଳେ ଆମଦାନୀ ଉପରୁ ଜିଏସଟି ସଂଗ୍ରହ ୨୫.୨ ପ୍ରତିଶତ ବୃଦ୍ଧି ପାଇ ୫୧.୨୬୬ କୋଟି ହୋଇଛି । ମେ' ମାସରେ ମୋଟ କେନ୍ଦ୍ରୀୟ ଜିଏସଟି ଆଦାୟ ୩୫,୪୩୪ କୋଟି ଟଙ୍କା । ରାଜ୍ୟ ଜିଏସଟି ରାଜସ୍ୱ ୪୩,୯୦୨ କୋଟି ଟଙ୍କା ହୋଇଥିବା ବେଳେ ଏକୀକୃତ ଜିଏସଟି ଆଦାୟ ପାଖାପାଖି ୧.୦୯ ଲକ୍ଷ କୋଟି ଟଙ୍କା ରହିଛି । ଉପକର ରାଜସ୍ୱ ୧୨,୮୭୯ କୋଟି ଟଙ୍କା ରହିଛି । ଯଦି ୨୦୨୪ ମେ' ମାସକୁ ଦେଖିବା ତେବେ ମୋଟ ଜିଏସଟି ଆଦାୟ ୧,୭୨, ୭୩୯ କୋଟି ଟଙ୍କା ହୋଇଥିଲା ।