କନକ ବ୍ୟୁରୋ : ପାରିବାରିକା କଳହର କରୁଣ ପରିଣତି। ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀର ମୃତ୍ୟୁ ଘଟିଛି। ଭଦ୍ରକ ଜିଲ୍ଲା ବାସୁଦେବପୁର ସ୍ଥିତ କସିଆ ସାମୁଦ୍ରିକ ଥାନା ପାରାପୋଖରି ଗାଁରେ ଘଟିଛି ଏହି ବୀଭତ୍ସ ହତ୍ୟାକାଣ୍ଡ । ପୁଲିସ ଗାଁରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି । ଗତ ରାତିରେ ପାରାପୋଖରୀ ଗାଁର ଗୋପୀନାଥ ଜେନାଙ୍କ ପରିବାରରେ ଜମି ବିକ୍ରି ଟଙ୍କା ବିବାଦକୁ କେନ୍ଦ୍ରକରି ଏହି ଲୋମଟାଙ୍କୁରା ହତ୍ୟାକାଣ୍ଡ ଘଟିଥିବା ଜଣାପଡିଛି । ଗୋପୀନାଥ ଓ ସ୍ତ୍ରୀ ଗୁରୁବାରି ମଧ୍ୟରେ ଟଙ୍କାକୁ ନେଇ ପୂର୍ବରୁ ଝଗଡ଼ା ଲାଗି ରହିଥିଲା। ତେବେ ଗତ ରାତିରେ ଦୁଇ ଜଣଙ୍କ ମଧ୍ୟରେ ବଚସାରୁ ଉତ୍ତେଜନା ବଢିବାରୁ ଉତକ୍ଷିପ୍ତ ହୋଇ ଗୋପୀନାଥ ସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ଅଭିଯୋଗ ହୋଇଛି । ସ୍ତ୍ରୀ ଗୁରୁବାରିକୁ ହତ୍ୟାକରିବା ପରେ ଅଭିଯୁକ୍ତ ଗୋପୀନାଥ ଫେରାର ହୋଇ ଯାଇଥିବା ପୁଲିସ ସୂଚନା ଦେଇଛି।
ଭଦ୍ରକ ବାସୁଦେବପୁରରୁ ଆସିଲା ବିଭତ୍ସ ହତ୍ୟାର ଖବର, ପାରିବାରିକ କହଳରୁ ସ୍ତ୍ରୀକୁ ହାଣି ହତ୍ୟା କଲା ସ୍ୱାମୀ
/kanak/media/media_files/2025/07/27/58-2025-07-27-13-06-01.jpg)