କନକ ବ୍ୟୁରୋ : ନୂଆ ବର୍ଷକୁ ସ୍ୱାଗତ ପାଇଁ ସବୁଠି ଉତ୍ସାହର ମାହୋଲ ଥିଲା ବେଳେ କାମାକ୍ଷନଗରରୁ ଆସିଛି ବିଭତ୍ସ ହତ୍ୟାକାଣ୍ଡର ଖବର । କାମାକ୍ଷାନଗର ପରଜଙ୍ଗ ଥାନା ବସୋଈ ଗାଁରେ ଯୁବକଙ୍କୁ ବିଭତ୍ସ ହତ୍ୟା । ଗାଁ ଦାଣ୍ଡରେ ଯୁବକଙ୍କୁ ଗୋଡେଇ ଗୋଡେଇ ହାଣିଲା ଯୁବକ । ଘଟଣାସ୍ଥଳରେ ବସୋଇ ଗାଁର ରାକେଶ ସେଠୀଙ୍କ ମୃତ୍ୟୁ । 

Advertisment

ବସୋଈ ଗାଁର ରାକେଶ ସେଠୀକୁ ଗାଁ ଦାଁଣ୍ଡରେ ଗୋଡେଇ ମକୁ ବିଶ୍ୱାଳ ହାଣିଛି । ଗାଁ ଦାଣ୍ଡରେ ପଡିଛି ହାତ, ଗୋଡ଼ ମୁଣ୍ଡ, ଗଣ୍ଡି । ଛକରୁ ଚିକେନ ନେଇ ଯାଉଥିବା ବେଳେ ରାକେଶକୁ ଟାଙ୍ଗିଆରେ ଆକ୍ରମଣ କରି ମକୁ ରାକେଶଙ୍କ ମୁଣ୍ଡ, ଗଣ୍ଡି, ହାତ ଗୋଡ଼ ଅଲଗା ରକି ଦେଇଛି  । ତେବେ ହତ୍ୟାକାଣ୍ଡ ପଛର କାରଣ ଜଣାପଡି ନାହିଁ । ଅଭିଯୋଗ ପରେ ପରଜଙ୍ଗ ପୋଲିସ ଓ ସାଇଣ୍ଟିଫିକ ଟିମ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି । ସେପଟେ ହତ୍ୟାକାଣ୍ଡ ଭିଆଇବା ପରେ ହତ୍ୟାକାରୀ ମକୁ ବିଶ୍ୱାଳ ଫେରାର ହୋଇଯାଇଛି । ଅଭିଯୁକ୍ତକୁ ଧରିବା ପାଇଁ ପୋଲିସ ଉଦ୍ୟମ ଚଳାଇଛି ।