ପାଞ୍ଜି ଗଣନାକୁ ନେଇ ବଢୁଛି ଦ୍ୱନ୍ଦ୍ୱ । କୁମାର ପୂର୍ଣ୍ଣିମାରୁ ସୋମନାଥ ବ୍ରତ ପର୍ଯ୍ୟନ୍ତ ସବୁ ପର୍ବପର୍ବାଣୀରେ କେଁ । ଭିନ୍ନ ଭିନ୍ନ ମତ ଦେଉଛନ୍ତି ପଣ୍ଡିତ

ପାଞ୍ଜି ଗଣନାକୁ ନେଇ ବଢୁଛି ଦ୍ବନ୍ଦ୍ୱ । କୁମାର ପୂର୍ଣ୍ଣିମା ଠାରୁ ଆରମ୍ଭ କରି କାର୍ତ୍ତିକ ବ୍ରତ, ସୋମନାଥ ବ୍ରତ ପାଳନରେ ଦେଖିବାକୁ ମିଳୁଛି କେଁ । କେଉଁ ତିଥିରେ ପାଳିବେ ପାଞ୍ଜିରୁ ମିଳୁନି ସ୍ପଷ୍ଟ ସୂଚନା । ଏନେଇ ଘରେ ଘରେ ପ୍ରତିକ୍ରିୟା ଦେଖିବାକୁ ମିଳୁଛି ।

Panji

କନକ ବ୍ୟୁରୋ : ପାଞ୍ଜି ଗଣନାକୁ ନେଇ ବଢୁଛି ଦ୍ବନ୍ଦ୍ୱ । କୁମାର ପୂର୍ଣ୍ଣିମା ଠାରୁ ଆରମ୍ଭ କରି କାର୍ତ୍ତିକ ବ୍ରତ, ସୋମନାଥ ବ୍ରତ ପାଳନରେ ଦେଖିବାକୁ ମିଳୁଛି କେଁ । କେଉଁ ତିଥିରେ ପାଳିବେ ପାଞ୍ଜିରୁ ମିଳୁନି ସ୍ପଷ୍ଟ ସୂଚନା । ଏନେଇ ଘରେ ଘରେ ପ୍ରତିକ୍ରିୟା ଦେଖିବାକୁ ମିଳୁଛି । 

ସଠିକ୍ ପାଞ୍ଜି ନେଇ ପୁରୀ ଶଙ୍କରାଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ ହୋଇଥିଲା । ମାତ୍ର ତାହା କେବଳ ସେଠାରେ ଅଟକ ରହିଛି । କେଉଁ ପାଞ୍ଜି ଠିକ ସେନେଇ ଶ୍ରୀମନ୍ଦିର ମୁକ୍ତିମଣ୍ଡପ ପକ୍ଷରୁ ବି କୌଣସି ସଠିକ୍ ସୂଚନା ପ୍ରଦାନ କରାଯାଉ ନାହିଁ । ଆମ ରାଜ୍ୟରେ ଶ୍ରୀ ମନ୍ଦିର ନୀତି ଅନୁସାରେ ସବୁ ପର୍ବ ପର୍ବାଣୀ ପାଳିତ ହୁଏ । ଶ୍ରୀଜଗନ୍ନାଥ ପାଞ୍ଜିଙ୍କୁ ଅଧିକାଂଶ ଲୋକ ଅନୁସରଣ କରିଥାନ୍ତି । ମାତ୍ର ସେହି ପାଞ୍ଜିରେ ବି ଅନେକ ଦିନ ଧରି ଦେଖିବାକୁ ମିଳୁଛି ଦ୍ୱନ୍ଦ୍ୱ । କାହିଁକି ଏଭଳି ଦ୍ୱନ୍ଦ୍ୱ ରହୁଛି ତାହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe