ଯୁଆଡ଼େ ପାରୁଛି ସିଆଡ଼େ ବଢୁଛି: ବ୍ୟବସ୍ଥିତ ହୋଇପାରୁନି ସହର

୮୦୦ ଏକର ଜାଗାରେ ହେବ ନୂଆ ଭୁବନେଶ୍ୱର। ମଳିପଡ଼ା, ଦାସପୁର, ଅନ୍ଧାରୁଆ, ଗୋଠପାଟଣା ଭଳି ଅଞ୍ଚଳକୁ ନେଇ ହେବ ନୂଆ ସହର ହେବ। ଡିପିଆର ପ୍ରସ୍ତୁତ କରିବେ ସିଙ୍ଗାପୁର ସରକାର। ଧୋଲେରା ଗିଫ୍ଟ ସିଟି ଢାଞ୍ଚାରେ ନୂଆ ଭୁବନେଶ୍ୱର ନିର୍ମାଣ ନେଇ ଚିନ୍ତା କରାଯାଉଛି।

26

Photograph: (kanak news)

କନକ ବ୍ୟୁରୋ: ଅସଜଡ଼ା ଭୁବନେଶ୍ୱର। ପ୍ଲାନ ସିଟି ଏବେ କ୍ରମଶଃ ଅନ-ପ୍ଲାନଡ୍ ହୋଇପଡ଼ିଛି। ଯୋଜନା ହୋଇଥିବା ପ୍ରକଳ୍ପ କାର୍ଯ୍ୟକାରୀ ହୋଇପାରିନି। ଏବେ ପୁଣି ନୂଆ ଭୁବନେଶ୍ୱର ନେଇ ସ୍ବପ୍ନ ଦେଖାଇଛି ନଗର ଉନ୍ନୟନ ବିଭାଗ। ପୁଣି କ୍ଵାଡ୍‌ ସିଟି ପ୍ରୋଗ୍ରାମ ଜରିଆରେ ଭୁବନେଶ୍ୱରକୁ ବିଶ୍ୱସ୍ତରୀୟ ସହର କରିବାକୁ ଲକ୍ଷ୍ୟ ରଖାଯାଇଛି।..

୮୦୦ ଏକର ଜାଗାରେ ହେବ ନୂଆ ଭୁବନେଶ୍ୱର। ମଳିପଡ଼ା, ଦାସପୁର, ଅନ୍ଧାରୁଆ, ଗୋଠପାଟଣା ଭଳି ଅଞ୍ଚଳକୁ ନେଇ ହେବ ନୂଆ ସହର ହେବ। ଡିପିଆର ପ୍ରସ୍ତୁତ କରିବେ ସିଙ୍ଗାପୁର ସରକାର। ଧୋଲେରା ଗିଫ୍ଟ ସିଟି ଢାଞ୍ଚାରେ ନୂଆ ଭୁବନେଶ୍ୱର ନିର୍ମାଣ ନେଇ ଚିନ୍ତା କରାଯାଉଛି। ସେପଟେ କ୍ଵାଡ୍‌ ସିଟି ପ୍ରୋଗ୍ରାମ ଜରିଆରେ ଭୁବନେଶ୍ୱର, ପୁରୀ, କଟକ, ଏବଂ ପାରାଦୀପକୁ ମିଶାଇ ଏକ ଅର୍ଥନୈତିକ ଜୋନ୍‌ କରିବା ପାଇଁ ପ୍ଲାନ୍‌ ରଖିଛନ୍ତି ରାଜ୍ୟ ସରକାର। 

ସହରକୁ ନେଇ ଅନେକ ଯୋଜନାର ପରିକଳ୍ପନା କରାଯାଉଛି। ହେଲେ ଯୋଜନା ଆଳରେ ଅସଜଡ଼ା ହୋଇପଡ଼ୁଛି ସହର। ବେଆଇନ ନିର୍ମାଣ, ବ୍ୟାପକ ବସ୍ତି, ରକ୍ଷଣାବେକ୍ଷଣ ଅଭାବ, ଜବରଦଖଲ ଏବେ ସହରକୁ ବିକୃତ କରୁଛି। ମାତ୍ର ୪୫ ହଜାର ଜନସଂଖ୍ୟାକୁ ନେଇ ଗଢି ଉଠିଥିବା ସହରରେ ଜନସଂଖ୍ୟା ଏବେ ୧୦ ଲକ୍ଷ ଟପିଲାଣି ହେଲେ ସେହି ଅନୁସାରେ ବ୍ୟବସ୍ଥିତ ହୋଇପାରୁନି ସହର। 

ଟାଉନ ସେଣ୍ଟର, ବସ୍ତିର ବିକାଶ, ବିଭିନ୍ନ ସ୍କିମ୍‌ରେ ବାସଗୃହ ପ୍ରଦାନ ଭଳି ଅନେକ ପ୍ରକଳ୍ପ କାର୍ଯ୍ୟକାରୀରେ ଫେଲ୍‌ ମାରିଛି ବିଡିଏ। ଏହାରି ଭିତରେ ନୂଆ ଯୋଜନାର କାର୍ଯ୍ୟକାରୀ ନେଇ ଆଶଙ୍କା ଦେଖା ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe