ଗୁଣି ସନ୍ଦେହରୁ ଗୋଷ୍ଠୀ ସଂଘର୍ଷ ; ୩ ଜଣଙ୍କ ମୃତ୍ୟୁ ପରେ ଗାଁକୁ ଜଗିଛି ପୋଲିସ

ଗୁଣି ସନ୍ଦେହରୁ ଗୋଷ୍ଠୀ ସଂଘର୍ଷ ୩ଜଣଙ୍କ ମୃତ୍ୟୁ ପରେ ଗାଁରେ ପୁଲିସ ଛାଉଁଣି । ଚାପା ଉତେଜନାକୁ ଦୃଷ୍ଟିରେ ରଖି ଗଞ୍ଜାମର ବଡ଼ଗଡ଼ ଅଞ୍ଚଳରେ ବ୍ୟାପକ ପୁଲିସ ଫୋର୍ସ ମୁତୟନ । ୧୦ ଜଣଙ୍କୁ ଅଟକ ରଖି ପୁଲିସର ପଚରାଉଚରା ।

Group Clash

Group Clash Photograph: (KanakNews)

କନକ ବ୍ୟୁରୋ: ଗୁଣି ସନ୍ଦେହରୁ ଗୋଷ୍ଠୀ ସଂଘର୍ଷ । ୩ଜଣଙ୍କ ମୃତ୍ୟୁ ପରେ ଗାଁରେ ପୁଲିସ ଛାଉଁଣି ।  ଚାପା ଉତ୍ତେଜନାକୁ ଦୃଷ୍ଟିରେ ରଖି ଗଞ୍ଜାମର ବଡ଼ଗଡ଼ ଥାନା ଅଞ୍ଚଳରେ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଛି । ପୁଲିସ ୧୦ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଥିବା ବେଳେ ଚାପା ଉତ୍ତେଜନା ଲାଗି ରହିଛି । ଗତକାଲି ରାତିରେ ହୋଇଥିବା ସଂଘର୍ଷରେ ଉଭୟ ଗୋଷ୍ଠୀର ୩ ଜଣ ପ୍ରାଣ ହରାଇଛନ୍ତି । ଗୋଟିଏ ଗୋଷ୍ଠୀର  ବାପା ଓ ପୁଅଙ୍କ ମୃତ୍ୟୁ ହୋଇଥିବା ବେଳେ  ଅନ୍ୟ ଏକ ଗୋଷ୍ଠୀର ଜଣେ ପ୍ରାଣ ହରାଇଛନ୍ତି । । 

ମୃତ  ବାପା , ପୁଅ ହେଲେ ଖଦାଲ ବେହେରା ଓ ରତ୍ନାକର ବେହେରା । ଅନ୍ୟ ଏକ ଗୋଷ୍ଠୀର ରମେଶ ବେହେରା ପ୍ରାଣ ହରାଇଛନ୍ତି । ବଡଗଡ ଥାନା ଖାରି ପଲ୍ଲୀ ଗାଁରେ ଏହି ଘଟଣା ଘଟିଛି । ଘଟଣା ପରେ ଖାରିପଲ୍ଲୀ ଗାଁରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି । ୫ଟି ଥାନା ଶେରଗଡ, ସୋରଡା, ବଡଗଡ, ଧରାକୋଟ ଓ ଆସ୍କା  ଥାନାର ଆଇଆଇସି ଗାଁରେ ପହଞ୍ଚି ସ୍ଥିତି ଉପରେ ନଜର ରଖିଛନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe