କନକ ବ୍ୟୁରୋ: ଗୁଣି ସନ୍ଦେହରୁ ଗୋଷ୍ଠୀ ସଂଘର୍ଷ । ୩ଜଣଙ୍କ ମୃତ୍ୟୁ ପରେ ଗାଁରେ ପୁଲିସ ଛାଉଁଣି ।  ଚାପା ଉତ୍ତେଜନାକୁ ଦୃଷ୍ଟିରେ ରଖି ଗଞ୍ଜାମର ବଡ଼ଗଡ଼ ଥାନା ଅଞ୍ଚଳରେ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଛି । ପୁଲିସ ୧୦ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଥିବା ବେଳେ ଚାପା ଉତ୍ତେଜନା ଲାଗି ରହିଛି । ଗତକାଲି ରାତିରେ ହୋଇଥିବା ସଂଘର୍ଷରେ ଉଭୟ ଗୋଷ୍ଠୀର ୩ ଜଣ ପ୍ରାଣ ହରାଇଛନ୍ତି । ଗୋଟିଏ ଗୋଷ୍ଠୀର  ବାପା ଓ ପୁଅଙ୍କ ମୃତ୍ୟୁ ହୋଇଥିବା ବେଳେ  ଅନ୍ୟ ଏକ ଗୋଷ୍ଠୀର ଜଣେ ପ୍ରାଣ ହରାଇଛନ୍ତି । । 

Advertisment

ମୃତ  ବାପା , ପୁଅ ହେଲେ ଖଦାଲ ବେହେରା ଓ ରତ୍ନାକର ବେହେରା । ଅନ୍ୟ ଏକ ଗୋଷ୍ଠୀର ରମେଶ ବେହେରା ପ୍ରାଣ ହରାଇଛନ୍ତି । ବଡଗଡ ଥାନା ଖାରି ପଲ୍ଲୀ ଗାଁରେ ଏହି ଘଟଣା ଘଟିଛି । ଘଟଣା ପରେ ଖାରିପଲ୍ଲୀ ଗାଁରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି । ୫ଟି ଥାନା ଶେରଗଡ, ସୋରଡା, ବଡଗଡ, ଧରାକୋଟ ଓ ଆସ୍କା  ଥାନାର ଆଇଆଇସି ଗାଁରେ ପହଞ୍ଚି ସ୍ଥିତି ଉପରେ ନଜର ରଖିଛନ୍ତି ।