କନକ ବ୍ୟୁରୋ : ବଲାଙ୍ଗିର ସହର ମାଲଗୋଦାମ ପଡାରେ ଗୋଷ୍ଠୀ ସଂଘର୍ଷରେ ଜଣଙ୍କ ମୃତ୍ୟୁ । ରାସ୍ତାରେ ବୁଲିଲା ଖଣ୍ଡା, ଆତଙ୍କିତ ଅବସ୍ଥାରେ ଅଞ୍ଚଳବାସୀ । ସୋମବାର ରାତିରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା । ଏଥିରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି ।
ମୃତକ ବ୍ୟକ୍ତି ନିରଜ ହରପାଳ ହୋଇଥିବା ଜଣାପଡ଼ିଛି । ଗୁରୁତର ଦୁଇ ଜଣଙ୍କୁ ପ୍ରଥମେ ଭୀମଭୋଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ ବୁର୍ଲା ସ୍ଥାନାନ୍ତରିତ କରାଯାଇଛି । ମୃତକ ନିରଜ ପୂର୍ବରୁ ଏକ ମାମଲାରେ ଜେଲ ଯାଇଥିବା ବେଳେ କିଛିଦିନ ତଳେ ତାଙ୍କୁ ଜାମିନ ମିଳିଥିଲା । ପୁଲିସ ଘଟଣାସ୍ଥଳରେ ପହଞ୍ଚ ତଦନ୍ତ ଆରମ୍ଭ କରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/1mMyliciAzE6pUjAQ71N.jpg)