ରାମଲୀଳା ବେଳେ ମାରପିଟ୍; ଜଣେ ଗୁରୁତର, ୪ ଆହତ

ଖଲ୍ଲିକୋଟରେ ଗୋଷ୍ଠୀ ସଂଘର୍ଷ । ରାମଲୀଳା ପରିବେଷଣ ବେଳେ ଦୁଇ ସାହି ମଧ୍ୟରେ ମାରପିଟ୍‌ । ଜଣେ ଗୁରୁତର, ୪ ଆହତ । ସ୍ଥିତି ନିୟନ୍ତ୍ରଣ ପାଇଁ ପୋଲିସର ଲାଠିଚାର୍ଜ

90000

କନକ ବ୍ୟୁରୋ: ଖଲ୍ଲିକୋଟରେ ଦୁର୍ଗା ପୂଜା ଉପଲକ୍ଷେ ରାମାୟଣ ନାଟ ପରିବେଷଣ ସମୟରେ ଗୋଷ୍ଠୀ ସଂଘର୍ଷ । ପୋଲିସ ଉପସ୍ଥିତିରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଛି । ଏଥିରେ ଜଣେ ଗୁରୁତର ହୋଇଥିବା ବେଳେ ପ୍ରାୟ ୪ ଜଣ ଆହତ ହୋଇଛନ୍ତି । ଗୁରୁତର ଘନଶ୍ୟାମ ପାତ୍ରଙ୍କୁ ବ୍ରହ୍ମପୁରକୁ ସ୍ଥାନାନ୍ତରିତ କରାଯାଇଛି । 

ଦୁଇ ସାହି ମଧ୍ୟରେ ଗଣ୍ଡଗୋଳ ଘଟିଥିବା ଜଣାପଡ଼ିଛି । ପରିସ୍ଥିତି ନିୟନ୍ତ୍ରଣ ପାଇଁ ପୋଲିସ ପକ୍ଷରୁ ମୃଦୁ ଲାଠି ଚାଳନା ମଧ୍ୟ କରାଯାଇଥିଲା । ବର୍ତ୍ତମାନ ପରିସ୍ଥିତି ନିୟନ୍ତ୍ରଣାଧିନ ଥିବା ବେଳେ ଅଞ୍ଚଳରେ ପୋଲିସ ମୁତୟନ କରାଯାଇଛି । ଆଜି ଭସାଣ ଉତ୍ସବ ଥିବାରୁ ଯେପରି କୌଣସି ବିଶୃଙ୍ଖଳ ନଘଟେ ସେଥିପ୍ରତି ସଜାଗ ରହିଛି ପୋଲିସ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe