କନକ ବ୍ୟୁରୋ: ଖଲ୍ଲିକୋଟରେ ଦୁର୍ଗା ପୂଜା ଉପଲକ୍ଷେ ରାମାୟଣ ନାଟ ପରିବେଷଣ ସମୟରେ ଗୋଷ୍ଠୀ ସଂଘର୍ଷ । ପୋଲିସ ଉପସ୍ଥିତିରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଛି । ଏଥିରେ ଜଣେ ଗୁରୁତର ହୋଇଥିବା ବେଳେ ପ୍ରାୟ ୪ ଜଣ ଆହତ ହୋଇଛନ୍ତି । ଗୁରୁତର ଘନଶ୍ୟାମ ପାତ୍ରଙ୍କୁ ବ୍ରହ୍ମପୁରକୁ ସ୍ଥାନାନ୍ତରିତ କରାଯାଇଛି ।
ଦୁଇ ସାହି ମଧ୍ୟରେ ଗଣ୍ଡଗୋଳ ଘଟିଥିବା ଜଣାପଡ଼ିଛି । ପରିସ୍ଥିତି ନିୟନ୍ତ୍ରଣ ପାଇଁ ପୋଲିସ ପକ୍ଷରୁ ମୃଦୁ ଲାଠି ଚାଳନା ମଧ୍ୟ କରାଯାଇଥିଲା । ବର୍ତ୍ତମାନ ପରିସ୍ଥିତି ନିୟନ୍ତ୍ରଣାଧିନ ଥିବା ବେଳେ ଅଞ୍ଚଳରେ ପୋଲିସ ମୁତୟନ କରାଯାଇଛି । ଆଜି ଭସାଣ ଉତ୍ସବ ଥିବାରୁ ଯେପରି କୌଣସି ବିଶୃଙ୍ଖଳ ନଘଟେ ସେଥିପ୍ରତି ସଜାଗ ରହିଛି ପୋଲିସ।