କନକ ବ୍ୟୁରୋ: ଜେଲ ଭିତରେ ଚାଲିଛି କଣ? ଚଢାଉ ବେଳେ ଧସ୍ତାଧସ୍ତି । ଜେଲରୁ ଆପତ୍ତିଜନକ ସାମଗ୍ରୀ ଜବତ । ଝାରସୁଗୁଡ଼ା ଜେଲ ପରିସରରେ କଏଦୀଙ୍କ ମଧ୍ୟରେ ଗୋଷ୍ଠୀ ସଂଘର୍ଷ । ବିଚାରାଧୀନ କଏଦୀ ପଶ୍ଚିମବଙ୍ଗର ରୋହିତ ବର୍ମା ଗୁରୁତର ଆହତ ହୋଇଛନ୍ତି । ରୋହିତଙ୍କୁ ଜେଲ କର୍ତ୍ତୃପକ୍ଷ ଉଦ୍ଧାର କରି ଅନ୍ୟ ସ୍ଥାନରେ ରଖିଛନ୍ତି । ରୋହିତଙ୍କୁ ଉଦ୍ଧାର ବେଳେ କଏଦୀଙ୍କ ଆଉ ଏକ ଗୋଷ୍ଠୀ କର୍ତ୍ତୃପକ୍ଷଙ୍କ ସହ ଧସ୍ତାଧସ୍ତି କରିଥିଲେ । ଜୀବନରୁ ମାରିଦବା ଧମକ ଦେଇଥିବା ଅଭିଯୋଗ ହୋଇଛି । ଏ ସଂକ୍ରାନ୍ତରେ ଆହତ କଏଦୀ ଓ ଜେଲର ସତ୍ୟନାରାୟଣ ବେହେରା ଥାନାରେ ଦୁଇଟି ଭିନ୍ନ ଭିନ୍ନ ଏତଲା ଦେଇଛନ୍ତି । ବିମାନବନ୍ଦର ପୁଲିସ ୨ଟି ମାମଲା ରୁଜୁ କରି ତଦନ୍ତ କରୁଛି । ଗତକାଲି ଜେଲ୍ ପରିସରରେ ଅନୈତିକ କାରବାର ଚାଲିଥିବା ସୂଚନା ପାଇଁ ଝାରସୁଗୁଡା ଏସପିଙ୍କ ନେତୃତ୍ୱରେ ପୁଲିସ ଚଢାଉ କରିଥିଲା । ଚଢ଼ାଉ ବେଳେ ଜେଲ୍ରୁ ଆପତ୍ତିଜନକ ସାମଗ୍ରୀ ଜବତ କରାଯାଇଛି । ଚଢ଼ାଉ ପୂର୍ବରୁ ଗୋଷ୍ଠୀ ସଂଘର୍ଷ ହୋଇଥିବା ଜଣାପଡ଼ିଛି ।
ଝାରସୁଗୁଡ଼ା ଜେଲ ଭିତରେ ଚାଲିଛି କଣ । କଏଦୀଙ୍କ ମଧ୍ୟରେ ଗୋଷ୍ଠୀ ସଂଘର୍ଷ
ଏସପିଙ୍କ ରେଡ ବେଳେ ଆପତ୍ତିଜନକ ସାମଗ୍ରୀ ଜବତ । ଜଣେ ଆହତ, ଜେଲ୍ ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ । ବିଚାରାଧୀନ କଏଦୀ ପଶ୍ଚିମବଙ୍ଗର ରୋହିତ ବର୍ମା ଗୁରୁତର ଆହତ ହୋଇଛନ୍ତି । ରୋହିତଙ୍କୁ ଜେଲ କର୍ତ୍ତୃପକ୍ଷ ଉଦ୍ଧାର କରି ଅନ୍ୟ ସ୍ଥାନରେ ରଖିଛନ୍ତି ।
/kanak/media/media_files/g5Wp7Ei2kxCrIc5oHaiG.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/28/2025-04-28t103046215z-348267369_658890662730311_6089886170448266075_n.jpg)