କନକ ବ୍ୟୁରୋ: ଗଞ୍ଜାମର ବଡ଼ଗଡ଼ ଥାନା ଅଞ୍ଚଚଳରେ ଭୟଙ୍କର ଗୋଷ୍ଠୀ ସଂଘର୍ଷ । ସଂଘର୍ଷରେ ଉଭୟ ଗୋଷ୍ଠୀର ୩ ଜଣ ପ୍ରାଣ ହରାଇଛନ୍ତି । ଗୋଟିଏ ଗୋଷ୍ଠୀର ବାପା ଓ ପୁଅଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଏକ ଗୋଷ୍ଠୀର ଜଣେ ପ୍ରାଣ ହରାଇଛନ୍ତି । ବଡଗଡ ଥାନା ଖାରିପଲ୍ଲୀ ଗାଁରେ ଏହି ଘଟଣା ଘଟିଛି । ଗୋଟିଏ ଗୋଷ୍ଠୀର ଲୋକେ ଅନ୍ୟ ଗୋଷ୍ଠୀର ଦୁଇଜଣଙ୍କୁ ନିର୍ମମ ହତ୍ୟା କରିଛନ୍ତି। ପ୍ରାଣ ହରାଇଥିବା ଦୁଇଜଣ ବାପା ଓ ପୁଅ ବୋଲି ଜଣାପଡିଛି । ଦୁଇ ଜଣ ବାପା ପୁଅ ହେଲେ ଖଦାଲ ବେହେରା ଓ ରତ୍ନାକର ବେହେରା । ଅନ୍ୟ ଏକ ଗୋଷ୍ଠୀର ରମେଶ ବେହେରା ଗୁରୁତର ହୋଇଛନ୍ତି । ଏମାନଙ୍କୁ ଧରାକୋଟ ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ଦୁଇଟି ମୃତଦେହ ପଡିଛି । ଗୁଣିଗାରେଡିକୁ କେନ୍ଦ୍ରକରି ଗାଁରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି । ଘଟଣା ପରେ ଖାରିପଲ୍ଲୀ ଗାଁରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି । ୫ଟି ଥାନା ଶେରଗଡ, ସୋରଡା, ବଡଗଡ, ଧରାକୋଟ ଓ ଆସ୍କା ଥାନାର ଆଇଆଇସି ଗାଁରେ ପହଞ୍ଚିଛନ୍ତି ।
ଗଞ୍ଜାମର ବଡ଼ଗଡ଼ରେ ଗୋଷ୍ଠୀ ସଂଘର୍ଷ ; ବାପ, ପୁଅଙ୍କ ସମେତ ଉଭୟ ପକ୍ଷର ୩ ମୃତ
ଗଞ୍ଜାମର ବଡ଼ଗଡ଼ ଥାନା ଅଞ୍ଚଚଳରେ ଭୟଙ୍କର ଗୋଷ୍ଠୀ ସଂଘର୍ଷ । ସଂଘର୍ଷରେ ଉଭୟ ଗୋଷ୍ଠୀର ୩ ଜଣ ପ୍ରାଣ ହରାଇଛନ୍ତି । ଗୋଟିଏ ଗୋଷ୍ଠୀର ବାପା ଓ ପୁଅଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଏକ ଗୋଷ୍ଠୀର ଜଣେ ପ୍ରାଣ ହରାଇଛନ୍ତି ।
/kanak/media/media_files/2025/03/18/kU8pGNna2Wz00w2S3dfQ.jpg)