କନକ ବ୍ୟୁରୋ: ବରଗଡ଼ ଜିଲ୍ଲା ଭେଡେନରେ ଗୋଷ୍ଠୀ ସଂଘର୍ଷ । ମରଣାନ୍ତକ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି । ୨ ଜଣ ଗୁରୁତର ଆହତ ହୋଇଛନ୍ତି । ଭେଡେନ ଥାନା ଗୁଦୁରାମୁଣ୍ଡା ଗାଁରେ ଠିକା ମଦଭାଟିକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ ହୋଇଥିଲା । ମୃତକ ହେଲେ ସ୍ଥାନୀୟ କନବାର ଗାଁର ମହେଶ୍ବର ବେହେରା । ଗତ ରାତିରେ ଏହି ଘଟଣା ଘଟିଥିବା ବେଳେ ଗାଁରେ ଚାପା ଉତ୍ତେଜନା ଦେଖାଦେଇଛି । ବ୍ୟାପକ ଫୋର୍ସ ମୁତୟନ କରାଯାଇଛି ।
ମଦଭାଟିକୁ ଦେଇ ସଂଘବଦ୍ଧ ଆକ୍ରମଣ ; ଜଣେ ମୃତ, ୨ ଗୁରୁତର
ବରଗଡ଼ ଜିଲ୍ଲା ଭେଡେନରେ ଗୋଷ୍ଠୀ ସଂଘର୍ଷ । ମରଣାନ୍ତକ ଆକ୍ରମଣରେ ଜଣଙ୍କର ମୃତ୍ୟୁ, ୨ ଗୁରୁତର । ଠିକା ମଦଭାଟିକୁ କେନ୍ଦ୍ର କରି ସଂଘବଦ୍ଧ ଆକ୍ରମଣ ଅଭିଯୋଗ, ଚାପା ଉତ୍ତେଜନା।
/kanak/media/media_files/2025/01/25/5QgLG1arJV7aEpd4hKaq.jpg)