କନକ ବ୍ୟୁରୋ : କଟକରେ ଭସାଣ ବେଳେ ଗୋଷ୍ଠୀ ସଂଘର୍ଷ । ଦୁଇଟି ପୃଥକ ପୃଥକ ସ୍ଥାନରେ ଗୋଷ୍ଠୀ ସଂଘର୍ଷ ହୋଇଛି ଓ ଏଥିରେ ୬ ଜଣ ଆହତ ହୋଇଛନ୍ତି । ଝାଞ୍ଜିରିମଙ୍ଗଳା ପୂଜା କମିଟିର ଭସାଣ ଶୋଭାଯାତ୍ରା ବେଳେ ଗଣ୍ଡଗୋଳ ହୋଇଛି । ଉଭୟ ଗୋଷ୍ଠୀ ପରସ୍ପର ଉପରେ ଢେଲା ପଥର ଓ କାଚ ବୋତଲ ମାଡ଼ କରିଛନ୍ତି । ସେପଟେ ରାଉସପାଟଣା ଭସାଣ ଶୋଭାଯାତ୍ରା ବେଳେ ମଧ୍ୟ ଗଣ୍ଡଗୋଳ ହୋଇଛି । ହାତୀ ପୋଖରୀ ଦେଇ ଶୋଭାଯାତ୍ରା ଯିବା ସମୟରେ ଆକ୍ରମଣ ଓ ଭଙ୍ଗାରୁଜା ହୋଇଛି । ଦୁଇଟି ପୃଥକ ଗୋଷ୍ଠୀ ସଂଘର୍ଷ ଘଟଣାରେ ୬ ଜଣ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ହୋଇଥିବା ଜଣାପଡ଼ିଛି ।
ସେପଟେ ଜଗତସିଂହପୁରରେ ମଧ୍ୟ ଭସାଣ ଉତ୍ସବ ବେଳେ ଉତ୍ତେଜନା ଦେଖିବାକୁ ମିଳିଛି । ପୁଲିସ ଭସାଣ ପ୍ରୋସେସନ୍ ବନ୍ଦ କରିବାରୁ ରାସ୍ତାରେ ମେଢ଼ ଆଗରେ ଧାରଣାରେ ବସିଲେ ମେଢ଼ କମିଟି ମେମ୍ବର । ଜଗତସିଂହପୁର ସହରରେ ଭସାଣି ଚାଲୁଥିବା ସମୟରେ ପୁଲିସର ହସ୍ତକ୍ଷେପକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି । ରାତି ୧୧ଟା ପରେ ଜଗତସିଂହପୁର ପୁଲିସ ପ୍ରୋସେସନ୍ ବନ୍ଦ କରିବାରୁ ପ୍ରାୟ ୧୦ଟି ମେଢ଼ର କର୍ମକର୍ତ୍ତା ଓ ସଦସ୍ୟ ମେଢ଼କୁ ରାସ୍ତାରେ ରଖି ଧାରଣାରେ ବସିଥିଲେ । ପରେ ଜଗତସିଂହପୁର ପୁଲିସ ଓ ଶାନ୍ତି କମିଟି ତରଫରୁ ବୁଝାସୁଝା କରିବା ପରେ ଧାରଣା ପ୍ରତ୍ୟାହୃତ ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/media_files/2025/10/04/cuttack-2025-10-04-07-45-49.jpg)