କନକ ବ୍ୟୁରୋ: ଇତିହାସ ରଚିଲେ ଗ୍ରୁପ୍ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଲା । ସବୁ ଅପେକ୍ଷାର ଅନ୍ତ ଘଟିଛି । ଭାରତୀୟ ସମୟ ଦିନ ୧୨ଟା ୧ରେ ନାସାର କେନେଡି ସ୍ପେସ୍ ସେଣ୍ଟରରୁ ଆକ୍ସିଅମ୍ ମିସନ-୪ ଆରମ୍ଭ ହୋଇଛି । ସ୍ପେସ୍ ଏକ୍ସର ଆକ୍ସିଅମ ମିସନ-୪ର ଉତ୍କ୍ଷେପଣ ହୋଇଛି । ମହାକାଶ ଅଭିମୁଖେ ଉଡ଼ାଣ ଭରିଛି ସ୍ପେସ୍ ଏକ୍ସ ମିସନ୍-ଆକ୍ସିଅମ-୪ । ୩ ମହାକାଶଚାରୀଙ୍କ ସହ ଅନ୍ତର୍ଜାତୀୟ ସ୍ପେଶ୍ ଷ୍ଟେସନ୍ ଯାଇଛନ୍ତି ଭାରତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଲା । ଭାରତୀୟ ସମୟ ଅନୁସାରେ ବୁଧବାର ମଧ୍ୟାହ୍ନ ୧୨ଟା ୦୧ରେ ମହାକାଶକୁ ଯାତ୍ରା ପାଇଁ ମିସନ ଆରମ୍ଭ ହୋଇଥିଲା ।
ତେବେ ଏହା ହେଉଛି ଆକ୍ସିଅମ ୪, ନାସା ଓ ସ୍ପେସ୍ ଏକ୍ସର ମିଳିତ ମିସନ । ପୂର୍ବରୁ ୫ ଥର ମିସନ ବାତିଲ କରାଯାଇଥିଲା । କେବେ ଯାନ୍ତ୍ରିକ ତ୍ରୁଟି ତ ପୁଣି କେବେ ଖରାପ ପାଣିପାଗ ପାଇଁ ମିସନ ପୂର୍ବରୁ ବାତିଲ କରାଯାଇଥିଲା । ଭାରତୀୟ ବାୟୁସେନା ଗ୍ରୁପ୍ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଲା ଏହି ଐତିହାସିକ ଯାତ୍ରାରେ ସାମିଲ ହୋଇ ପ୍ରଥମ ଥର ପାଇଁ ମହାକାଶକୁ ଯାଇଛନ୍ତି । ଏହାସହ ଦ୍ବିତୀୟ ଭାରତୀୟ ଭାବେ ରେକର୍ଡ ସୃଷ୍ଟି କରିଛନ୍ତି ଶୁଭାଂଶୁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/28/2025-04-28t103046215z-348267369_658890662730311_6089886170448266075_n.jpg)
/kanak/media/media_files/2025/06/25/subhanshu-2025-06-25-12-15-00.jpg)