କନକ ବ୍ୟୁରୋ: ରାଉରକେଲା ଇସ୍ପାତ କାରଖାନା (ଆରଏସପି)ର ଅତ୍ୟାଧୁନିକ ପ୍ରକଳ୍ପ ଟ୍ରିଟମେଣ୍ଟ ସିଷ୍ଟମ– ୨ ପାଇଁ ପ୍ରକଳ୍ପ ଅଞ୍ଚଳରେ ଜୁନ୍ ୧୯ ତାରିଖରେ ଭୂମିପୂଜନ ସମାରୋହ ଅନୁଷ୍ଠିତ ହୋଇଥିଲା । ଏହି ସମାରୋହରେ ପ୍ରକଳ୍ପ ବିଭାଗର ସିଜିଏମ୍ ଡି.କେ. ସାହୁ ନେତୃତ୍ଵ ନେଇଥିଲେ ଯେଉଁଥରେ ୟୁଟିଲିଟି ବିଭାଗର ସିଜିଏମ୍ ହୀରାଲାଲ ମହାପାତ୍ର ଉପସ୍ଥିତ ଥିଲେ । ଏହି ଅବସରରେ ପ୍ରକଳ୍ପ, ଜଳ ପ୍ରବନ୍ଧନ ବିଭାଗ, ଏସଏସ୍ଏସ -୨, ପିବିଏସ, ପରିବେଶ, ବିଦ୍ୟୁତ ବିତରଣ, ସୁରକ୍ଷା ବିଭାଗ ଏବଂ କାର୍ଯ୍ୟକାରୀ ସଂସ୍ଥାର ପ୍ରତିନିଧିଗଣ ଉପସ୍ଥିତ ଥିଲେ ।
ଆରଏସପି ଦ୍ଵାରା ଏଭଳି ଅତ୍ୟାଧୁନିକ ଟ୍ରିଟମେଣ୍ଟ ସିଷ୍ଟମ- ୨ ଷ୍ଟିଲ୍ ଟାଉନସିପରେ ଏହାର ପରିବେଶଗତ ଭିଭିଭୂମିକୁ ସୁଦୃଢ଼ କରିବା ଦିଗରେ ଏକ ପ୍ରମୁଖ ପଦକ୍ଷେପ ଭାବେ ବିକଶିତ କରାଯାଉଛି । ଘଣ୍ଟା ପ୍ରତି ୧୯୦୦ ଘନମିଟର ଶିଳ୍ପ ନିର୍ଗତ ଜଳ ପରିଚାଳନା ପାଇଁ ଡିଜାଇନ୍ କରାଯାଇଥିବା ଏହି ପ୍ରକଳ୍ପ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ଏସପିସିବି)ର ସୁପାରିଶ କ୍ରମେ ସମନ୍ଵିତ ପ୍ରକଳ୍ପ ଜରିଆରେ ଏହି ଅଞ୍ଚଳରେ ଜୀବନ ଧାରଣ ମାନକୁ ଆହୁରି ଉନ୍ନତ କରିବା ଲକ୍ଷ୍ୟରେ କାର୍ଯ୍ୟକାରୀ କରାଯାଉଛି ।
ଆରଏସପି ଦ୍ବାରା ଗତ ମାର୍ଚ୍ଚ ୨୦୨୫ରେ ମେସର୍ସ ଏଫୱା ଇନଫ୍ରା ଏଣ୍ଡ ରିସର୍ଚ୍ଚ ଲିମିଟେଡ (ଇଆଇଆରଏଲ)- ଲିଡର, ଏବଂ ମେସର୍ସ ଏସଏମସି ରିସୋର୍ସେସ ଏସଡିଏନ୍ (ଏସଏମସି) - ପାର୍ଟନରଙ୍କୁ ନେଇ ଗଠିତ ଏକ କନସୋର୍ସିୟମ୍ ସହିତ ଏକ ଚୁକ୍ତିନାମା କରାଯାଇଥିଲା । ଏହି ଚୁକ୍ତିନାମାରେ ସଂସ୍ଥାପନ, କମିଶନିଂ ଏବଂ ପାଞ୍ଚ ବର୍ଷର ପରିଚାଳନା ଏବଂ ରକ୍ଷଣାବେକ୍ଷଣ ଅନ୍ତର୍ଭୁକ୍ତ ରହିଛି । ଏହି ସୁବିଧାରେ ଡିଏଏଫ, ଏମଜିଏଫ, ୟୁଏଫଆରଓ ଏବଂ ପ୍ରେସ୍ ଫିଲ୍ଡର ବ୍ୟବସ୍ଥା ଭଳି ଉନ୍ନତ ପ୍ରଯୁକ୍ତିବିଦ୍ୟା ବ୍ୟବହାର କରାଯିବ ।
ଏହାର ପ୍ରକଳ୍ପ ଖର୍ଚ୍ଚ ପ୍ରାୟ ୧୬୧ କୋଟି ଟଙ୍କା ରହିଛି, ଯାହାର କାର୍ଯ୍ୟ ଖୁବ ଦ୍ରୁତ ଗତିରେ ଚାଲୁଅଛି ଏବଂ ଆସନ୍ତା ୨୦୨୬ ସେପ୍ଟେମ୍ବର ସୁଦ୍ଧା ସମାପ୍ତ ହେବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଏହି ପ୍ରକଳ୍ପଟି ଆରଏସପିର ଭାରପ୍ରାପ୍ତ ନିର୍ଦ୍ଦେଶକ ତଥା ଡିଏସପି ଏବଂ ଆଇଏସପିର ଅତିରିକ୍ତ ଦାୟିତ୍ଵ ବହନ କରୁଥିବା ଆଲୋକ ବର୍ମା ଓ ପ୍ରକଳ୍ପ ବିଭାଗର ନିର୍ବାହୀ ନିର୍ଦ୍ଦେଶକ ସୁଦୀପ ପାଲ ଚୌଧୁରୀଙ୍କ ନେତୃତ୍ବରେ କାର୍ଯ୍ୟକାରୀ ହେଉଅଛି । ଏହାର ପରାମର୍ଶଦାତା ହେଉଛି ମେସର୍ସ ମେକନ ଲିମିଟେଡ ଏବଂ ବ୍ୟବହାରକାରୀ ବିଭାଗ ଜଳ ପ୍ରବନ୍ଧନ ବିଭାଗ ରହିଛି ।
ପ୍ରକଳ୍ପ ପରିଚାଳନା କରୁଥିବା ମୁଖ୍ୟ ଦଳରେ ଡି କେ ସାହୁ, ହୀରାଲାଲ ମହାପାତ୍ର, ଡବ୍ଲ୍ୟୁଏମଡି ବିଭାଗର ଜି ଏମ୍ ଡି. ରାଭା, ପ୍ରକଳ୍ପ ବିଭାଗର ଡିଜିଏମ୍ ଭି.କେ. ଯାଦବ, ଏବଂ ଡବ୍ଲ୍ୟୁଏମଡି ବିଭାଗର ସିନିୟର ମ୍ୟାନେଜର ଡି. ଗର୍ଗଙ୍କ ସମେତ ଅନ୍ୟ ବହୁ ଅଧିକାରୀ ସାମିଲ ଅଛନ୍ତି ।
ଆର ଏସପି ପୂର୍ବରୁ ଜିରୋ ଲିକ୍ୱିଡ୍ ଡିସଚାର୍ଜ ଯୋଜନା ଅଧୀନରେ ମୁଖ୍ୟ ଉପାଦାନଗୁଡ଼ିକୁ କାର୍ଯ୍ୟକ୍ଷମ କରିସାରିଛି, ଯେପରିକି କାରଖାନାରେ ଏସଟିପି, ଲାଗୁନ୍ ପରିଚାଳନା, ଏବଂ ଟିଏସ୍-୧୮ ଟ୍ରିଟମେଣ୍ଟ ସିଷ୍ଟମ୍ - ୦୨ ଯୋଡି ହେବା ଦ୍ବାରା ସ୍ଥାୟୀତ୍ୱ ଏବଂ ପରିବେଶଗତ ଦାୟିତ୍ବ ପ୍ରତି ଆରଏସପିର ପ୍ରତିବଦ୍ଧତା ଆହୁରି ସୁଦୃଢ଼ ହୋଇଛି । ଏହି ପଦକ୍ଷେପ ଜଳର ପୁନଃଚକ୍ରଣ କ୍ଷମତା ବୃଦ୍ଧି କରିବା ସହ ପରିବେଶଗତ ପ୍ରଭାବକୁ ମଧ୍ୟ ହ୍ରାସ କରିବ ଏବଂ ଷ୍ଟିଲ୍ ଟାଉନସିପ୍ର ବାସିନ୍ଦାଙ୍କ ପାଇଁ ଏକ ସ୍ବଚ୍ଛ ଏବଂ ସୁସ୍ଥ ପରିବେଶ ପ୍ରଦାନ କରିବ ।