କନକ ବ୍ୟୁରୋ : ସ୍ୱାସ୍ଥ୍ୟ କ୍ଷେତ୍ରରେ ଯେତେ ବାହା ବାଃ ନେଲେବି ପଛରେ ପଡିଛନ୍ତି ସରକାର । ସୁଧୁରିବାରେ ନାଁ ନେଉନାହିଁ ସ୍ୱାସ୍ଥ୍ୟ ସେବା । କେଉଁଠି ଆମ୍ବୁଲାନ୍ସ ତ’ ଆଉ କେଉଁଠି ଡାକ୍ତର ତ’ ଆଉ କେଉଁଠି ସେବା ପାଇବାରେ ହିନସ୍ଥା ହେଉଛନ୍ତି ରୋଗୀ ।
ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ କୁନ୍ତରା ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ର । ବାହାରୁ ଚକାଚକ୍, କିନ୍ତୁ ସେବା ଯୋଗାଇବାରେ ସମ୍ପୂର୍ଣ୍ଣ ବିଫଳ । ୧୧ ବଦଳରେ ମାତ୍ର ୨ ଜଣ ଡାକ୍ତର ସେବା ଯୋଗାଉଛନ୍ତି । ସେମାନେ ବି କେବେ କେବେ ଆସନ୍ତିନି । ପାଖ ଉପସ୍ୱାସ୍ଥ୍ୟକେନ୍ଦ୍ରରୁ ଦୁଇ ତିନି ପାଇଁ ଡାକ୍ତର ଆସନ୍ତି । ସେ ପୁଣି ଘଣ୍ଟେ କି ଦୁଇଘଣ୍ଟା ପାଇଁ । ଏତିକିରେ ସରିନି, ଆହୁରି ଅଛି । ମେଡିସିନ ବିଭାଗରେ ଫାର୍ମାସିଷ୍ଟଙ୍କ ସ୍ଥାନରେ କାମ କରୁଛନ୍ତି ସ୍ୱାସ୍ଥ୍ୟକର୍ମୀ । ଟେକ୍ନିସିଆନ୍ ପଦବୀ ବି ଖାଲି । ୧୦ ବର୍ଷରୁ ଅଧିକ ସମୟ ଜଣେ ଟେକ୍ନିସିଆନ୍ ଡେପୁଟେସନରେ ଅଛନ୍ତି । ୧୫ରୁ ଅଧିକ ନର୍ସ ପଦବୀ ରହିଛି, ଜଣେ କି ଦୁଇ ଜଣ ଡ୍ୟୁଟିରେ ଆସୁଛନ୍ତି । ଏଥିରୁ ଆପଣ ବୁଝିପାରୁଥିବେ କେମିତି ସ୍ୱାସ୍ଥ୍ୟସେବା ଚାଲିଛି ।
ଅଧିକ ପଢ଼ନ୍ତୁ : ଉପାନ୍ତରେ ଉଜୁଡ଼ା ସ୍ୱାସ୍ଥ୍ୟସେବା; ନାହାନ୍ତି ଆବଶ୍ୟକ କର୍ମଚାରୀ ! ରକ୍ତ ନମୁନା ରିପୋର୍ଟ ପ୍ରଦାନରେ ବିଳମ୍ବ
ସବୁଠୁ ଆଶ୍ଚର୍ଯ୍ୟଜନକ କଥା ହେଉଛି, ଡାକ୍ତର ଠାରୁ କର୍ମଚାରୀ ପର୍ଯ୍ୟନ୍ତ ଯେଉଁମାନେ କେବେବି ଆସନ୍ତି ନାହିଁ । ସେମାନଙ୍କ ଉପସ୍ଥାନ ସବୁଦିନେ ପଡ଼ୁଛି । ମାସକୁ ମାସ ଦରମା ନେବାରେ ତିଳେ ମାତ୍ର ଅସୁବିଧା ରହୁନାହିଁ। ଆଉ ଏପଟେ ଭଡ଼ାରେ ଡାକ୍ତର ଓ କର୍ମଚାରୀ ଆସି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଚାଲିଛି । ଅଭିଯୋଗ କଲେ ବି ଫଳ ଶୂନ । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ୧୮ଟି ପଞ୍ଚାୟତବାସୀ ।
ଖାଲି ଭିତ୍ତିଭୂମି ସଜାଡ଼ିଦେଇ ଚୁପ୍ ବସିଲେ ହେବ ନାହିଁ । ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମଚାରୀ ନିଯୁକ୍ତି ଦିଗରେ ବି ସ୍ୱାସ୍ଥ୍ୟ ବିଭାଗ ନଜର ଦେବା ଆବଶ୍ୟକ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2026/02/09/health-services-2026-02-09-18-30-13.jpg)