ବାହାଘରରେ ବାପାଙ୍କ ପ୍ରତିମୂର୍ତ୍ତିକୁ ଧରି ଭୋ ଭୋ ହୋଇ କାନ୍ଦିଲେ । ଭିଡିଓ ହେଉଛି ଭାଇରାଲ..

Advertisment

ସୋସିଆଲ ମିଡିଆରେ ଏପରି ଏକ ବାହାଘରର ଭିଡିଓ ଭାଇରାଲ ହେଉଛି ଏହି  ଭିଡିଓ ଯିଏବି ଦେଖୁଛି ତା ଆଖିରେ ଲୁହ ଆସିଯାଉଛି । ଭିଡିଓରେ ଦେଖାଯାଇଛି ଯେ, ବାହାଘରରେ ନିଜ  ସ୍ୱର୍ଗତ ବାପାଙ୍କ ପ୍ରତିମୂର୍ତ୍ତି ଦେଖି ଭୋ ଭୋ ହୋଇ କାନ୍ଦୁଛନ୍ତି ବାହା ହେବାକୁ ଯାଉଥିବା ପୁଅ ।

Updated On

ଅଦ୍ୟତନ ହୋଇଛି
wedding

କନକ ବ୍ୟୁରୋ: କୁହାଯାଏ ବାପାଙ୍କର ସ୍ଥାନ ନା କିଏ ନେଇଛି ନା କିଏ ନେଇପାରିବ । ବାପାର ଛାଇ ଯଦି ସନ୍ତାନର ମୁଣ୍ଡ ଉପରେ ଅଛି ସନ୍ତାନ ନିଜକୁ ସୁରକ୍ଷିତ ମନେକରିଥାଏ । ଯଦି ବାପା ଚାଲିଯାଅନ୍ତି ସନ୍ତାନ ବେସାହାରା ହୋଇଯାଏ । ସେଥିପାଇଁ  ବାପାଙ୍କ ମୃତ୍ୟୁ ପରେ ବି ସନ୍ତାନ ସବୁବେଳେ ଝୁରିହେଉଥାଏ ତାର ଜନ୍ମଦାତାଙ୍କୁ । ଆଉ ଯଦି ବିବାହ ପରି ସମାରୋହ ହୁଏ ବାପାର ଅଭାବ କୁ ଆହୁରି ପରିଲିକ୍ଷିତ କରିଥାନ୍ତି ପିଲାପିଲି ।  
  
ସୋସିଆଲ ମିଡିଆରେ ଏପରି ଏକ ବାହାଘରର ଭିଡିଓ ଭାଇରାଲ ହେଉଛି ଏହି ଭିଡିଓ ଯିଏବି ଦେଖୁଛି ତା ଆଖିରେ ଲୁହ ଆସିଯାଉଛି । ଭିଡିଓରେ ଦେଖାଯାଇଛି ଯେ, ବାହାଘରରେ ନିଜ  ସ୍ୱର୍ଗତ ବାପାଙ୍କ ପ୍ରତିମୂର୍ତ୍ତି  ଦେଖି ଭୋ ଭୋ ହୋଇ କାନ୍ଦୁଛନ୍ତି ବାହା ହେବାକୁ ଯାଉଥିବା ପୁଅ ।

ସୂଚନାମୁତାବକ, ସ୍ୱର୍ଗତ ବାପାଙ୍କର ଅନୁପସ୍ଥିତିକୁ ପୁରା କରିବା ପାଇଁ ତାଙ୍କର ଏକ ମହମର ମୂର୍ତ୍ତି ତିଆରି କରିବାର ନିଷ୍ପତ୍ତି ନେଇଥିଲେ ପରିବାର । ବାହାଘର ଦିନ ସମସ୍ତେ ଉପସ୍ଥିତ ଥାନ୍ତି । ବନ୍ଧୁବାନ୍ଧବ ମଧ୍ୟ ଘରେ ଭର୍ତ୍ତି । କିନ୍ତୁ  ସମସ୍ତେ  ମନେପକାଉଥାନ୍ତି  ଘରର ମୁରବିକୁ  ଠିକ୍ ଏହି ସମୟରେ ସମସ୍ତଙ୍କ ସାମ୍ନାରେ ବରର ସ୍ୱର୍ଗତ ପିତାଙ୍କ ମହମ ମୂର୍ତ୍ତିକୁ ଅଣାଯାଇଥିଲା । 

wedding

ଯାହାକୁ ଦେଖି ସମସ୍ତେ ଭାବବିହ୍ୱଳ ହୋଇପଡିଥିଲେ । ସମସ୍ତ ପିଲା ତାଙ୍କ ବାପାଙ୍କ  ମୂର୍ତ୍ତି ଦେଖି ଆଖିରୁ ଧାର ଧାର ଲୁହ ଗଡାଇଥିଲେ ।  ଉପସ୍ଥିତ ଥିବା ଅନ୍ୟ ଅତିଥିମାନେ ମଧ୍ୟ କାନ୍ଦି ପକାଇଥିଲେ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe