ମଧ୍ୟପ୍ରଦେଶରେ ସାଇଲେଣ୍ଟ୍ ହାର୍ଟଆଟାକ୍ ଯେମିତି ଲୋକଙ୍କ ଜୀବନ ନେବାରେ ଲାଗିଛି । ଗତ କିଛି ଦିନ ତଳେ ବିବାହ ହଳଦୀରେ ଡ୍ୟାନ୍ସ କରୁଥିବା ବେଳେ ଜଣେ ୨୨ ବର୍ଷୀୟ ଯୁବତୀଙ୍କୁ ଆଟାକ୍ ଆସିବା କାରଣରୁ ଜୀବନ ଚାଲିଯାଇଥିଲା । ଏବେ ବର୍ତ୍ତମାନ ଠିକ୍ ସେମିତି ହିଁ ଏକ ଘଟଣା ଘଟିଛି ମଧ୍ୟପ୍ରଦେଶ ଗ୍ବାଲିୟରର ଶ୍ୟୋପୁରା ଜିଲ୍ଲାରେ । ଏଠାରେ ହସଖୁସିରେ ଚାଲିଥିବା ଏକ ବିବାହ ଉତ୍ସବ ହଠାତ୍ ହୃଦୟ ବିଦାରକ ଶୋକରେ ପରିଣତ ହୋଇଗଲା । କେହି କିଛି ବୁଝିବା ପୂର୍ବରୁ ବାହାଘର ପାଇଁ ଆସିଥିବା ବର ଘୋଡ଼ାରେ ବସିଥିବା ବେଳେ ଛାତିକୁ ଧରି ହଠାତ୍ ତଳକୁ ଢଳି ପଡ଼ିଥିଲେ । ହସଖୁସି , ନାଚଗୀତରେ ଝୁମୁଥିବା ବରଯାତ୍ରୀ ଚିତ୍କାର କରି ବରକୁ ତୁରନ୍ତ ହସ୍ପିଟାଲକୁ ନେଇ ଦୌଡ଼ିଥିଲେ । କିନ୍ତୁ ଦୁଃଖର ବିଷୟ ହସ୍ପିଟାଲରେ ବରକୁ ମୃତ ଘୋଷଣା କଲେ ଡାକ୍ତର ।
/kanak/media/media_files/2025/02/16/zQpR1CGSFzEaQlev8lzf.jpg)
ଫେବୃଆରୀ ୧୪ ତାରିଖରେ ସାରା ଦେଶ ଭାଲେଣ୍ଟାଇନ୍ ଡେ’ ପାଳୁଥିବା ବେଳେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଥିଲେ ସୁସୱାଡାର ପ୍ରଦୀପ ଜାଟ୍ । ଶ୍ୟୋପୁରା ସହରର କନ୍ୟାଙ୍କୁ ବିବାହ କରିବା ପାଇଁ ସାଙ୍ଗରେ ବରଯାତ୍ରୀ ନେଇ ସେ ବିବାହ ମଣ୍ଡପକୁ ପହଁଞ୍ଚିଥିଲେ । ବିବାହର ପ୍ରାରମ୍ଭିକ ରୀତିନୀତି ଶେଷ ହେବା ପରେ ବର ଘୋଡ଼ାରେ ବସି ମଣ୍ଡପ ପାଖକୁ ଯାଉଥିଲେ । ବରର ସାଙ୍ଗମାନେ ଡିଜେ ବଜାଇ ଖୁବ୍ ନାଚିଲେ ଏବଂ ବରଙ୍କୁ ମଧ୍ୟ ନଚାଇଲେ । କିନ୍ତୁ ଘୋଡ଼ାରେ ବସିବା କ୍ଷଣି ବରଙ୍କ ଛାତିରେ ହଠାତ୍ କମ୍ପନ ସୃଷ୍ଟି ହେଲା ଏବଂ ସେ ଛାତିକୁ ଧରି ତଳକୁ ଖସିପଡ଼ିଲେ । ବରପକ୍ଷ ପ୍ରଥମେ ଥକ୍କାପଣ କାରଣରୁ ଚେତାଶୂନ୍ୟ ହୋଇଯାଇଛନ୍ତି ଭାବି ପାଣି ଛାଟି ବରଙ୍କୁ ଉଠାଇବାକୁ ଚେଷ୍ଟା କଲେ କିନ୍ତୁ ସୁଫଳ ନ ମିଳିବାରୁ ବରର ସାଙ୍ଗମାନେ ପ୍ରଦୀପଙ୍କୁ ଉଠାଇ ତୁରନ୍ତ ହସ୍ପିଟାଲକୁ ନେଇଗଲେ ଏବଂ ଡାକ୍ତରଖାନାରେ ଡାକ୍ତର ପ୍ରଦୀପଙ୍କୁ ମୃତ ଘୋଷଣା କଲେ ।
/kanak/media/media_files/2025/02/16/FfEYKDudqPMJPLuD6c9c.jpg)