କନକ ବ୍ୟୁରୋ : ଯାଇଥିଲେ ଚାକିରି ପାଇଁ ଫେରିଲେ ଶବ ହୋଇ । କାନ୍ଦୁଛି ପୁରା ଗାଁ , ସମସ୍ତଙ୍କ ଆଖିରେ ଲୁହ । ଏଭଳି ଛାତିଫଟା ଦୃଶ୍ୟ ଦେଖିବାକୁ ମିଳିଛି ମୟୂରଭଞ୍ଜ ଗୋପବନ୍ଧୁନଗର ବ୍ଲକ ସାଇଁକୁଳା ଗ୍ରାମରେ । ଗ୍ରାମର କୃଷ୍ଣ ଗୋପାଳ ବେହେରା ଯାଇଥିଲେ ଫରେଷ୍ଟ ଗାର୍ଡ ପରୀକ୍ଷା ଦେବା ପାଇଁ । ପୂର୍ବରୁ ସରିଥିବା ଲିଖିତ ପରୀକ୍ଷାରେ ପାସ୍ ହୋଇଥିବା କୃଷ୍ଣଗୋପାଳ ଗୁରୁବାର ଶାରୀରିକ ପରୀକ୍ଷା ନିମନ୍ତେ ବାଲେଶ୍ୱର ଯାଇଥିଲେ । ବାଲେଶ୍ୱରରେ ପୁଲିସ ପଡ଼ିଆରେ ଦୌଡ଼ ଚାଲିଥିବା ବେଳେ ପଡିଯାଇ ବେହୋସ ହୋଇଯାଇଥିଲେ କୃଷ୍ଣଗୋପାଳ । ପ୍ରଥମେ ତାଙ୍କୁ ବାଲେଶ୍ୱର ମେଡିକାଲ ଓ ପରେ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ପୁରା ଗାଁରେ ଏବେ ଶୋକର ଛାୟା ଖେଳିଯାଇଛି ।
ମୟୂରଭଞ୍ଜ ଜିଲ୍ଲା ଗୋପବନ୍ଧୁନଗର ସାଇଁକୁଳା ଗ୍ରାମରେ ଶୋକର ଛାୟା, ଚାକିରି ପାଇଁ ଯାଇଥିଲେ, ଶବ ହୋଇ ଫେରିଲେ
ଗ୍ରାମର କୃଷ୍ଣ ଗୋପାଳ ବେହେରା ଯାଇଥିଲେ ଫରେଷ୍ଟ ଗାର୍ଡ ପରୀକ୍ଷା ଦେବା ପାଇଁ । ପୂର୍ବରୁ ସରିଥିବା ଲିଖିତ ପରୀକ୍ଷାରେ ପାସ୍ ହୋଇଥିବା କୃଷ୍ଣଗୋପାଳ ଗୁରୁବାର ଶାରୀରିକ ପରୀକ୍ଷା ନିମନ୍ତେ ବାଲେଶ୍ୱର ଯାଇଥିଲେ ।
/kanak/media/media_files/2025/09/20/3-2025-09-20-08-32-17.jpg)