କନକବ୍ୟୁରୋ : ଆର୍କଟିକ ଅଞ୍ଚଳରେ ବଢ଼ୁଥିବା ରଣନୈତିକ କାର୍ଯ୍ୟକଳାପ ମଧ୍ୟରେ ଗ୍ରିନ୍ଲାଣ୍ଡ ବିଶ୍ବର ପ୍ରମୁଖ ରାଷ୍ଟ୍ରଗୁଡ଼ିକର କୂଟନୈତିକ କାର୍ଯ୍ୟକଳାପର କେନ୍ଦ୍ରବିନ୍ଦୁ ପାଲଟିଛି । ଫ୍ରାନ୍ସ ଓ କାନାଡା ଗ୍ରିନ୍ଲାଣ୍ଡର ରାଜଧାନୀ ନ୍ୟୁୟକରେ ଆନୁଷ୍ଠାନିକ ଭାବରେ ସେମାନଙ୍କର ଦୂତାବାସ ଖୋଲିଛନ୍ତି । ଏହି ପଦକ୍ଷେପ ଏପରି ଏକ ସମୟରେ ଆସିଛି ଯେତେବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗ୍ରିନ୍ଲାଣ୍ଡକୁ ଏକ ଜାତୀୟ ସୁରକ୍ଷା କେନ୍ଦ୍ର ଭାବରେ ବର୍ଣ୍ଣନା କରିଛନ୍ତି ।
ଫଳରେ ଏହି ଅଞ୍ଚଳର ଭୂ-ରାଜନୈତିକ ଗୁରୁତ୍ୱ ଆହୁରି ବୃଦ୍ଧି ପାଇଛି । ନ୍ୟୁୟକରେ କାନାଡିଆନ ଓ ଫରାସୀ କନସୁଲେଟ୍ ଖୋଲିବାକୁ ଆର୍କଟିକରେ ବୃଦ୍ଧି ପାଉଥିବା ଅନ୍ତର୍ଜାତୀୟ ସମ୍ପର୍କର ଏକ ସଙ୍କେତ ଭାବରେ ଦେଖାଯାଉଛି । ଗ୍ରିନ୍ଲାଣ୍ଡ ଡେନମାର୍କର ଏକ ଅର୍ଦ୍ଧ-ସ୍ୱାୟତ୍ତ ଅଞ୍ଚଳ, କିନ୍ତୁ ପ୍ରମୁଖ ଦେଶଗୁଡ଼ିକ ଏଠାକାର ରଣନୈତିକ ତଥା ଖଣିଜ ସମ୍ପଦ ପାଇଁ ଏହା ଉପରେ ନଜର ରଖିଛନ୍ତି। ଟ୍ରମ୍ପ କହିଛନ୍ତି , ଜାତୀୟ ସୁରକ୍ଷା କାରଣରୁ ଆମେରିକାକୁ ଗ୍ରିନ୍ଲାଣ୍ଡର ଆବଶ୍ୟକତା ଅଛି । ଯାହା ଫଳରେ ୟୁରୋପୀୟ ଦେଶ ଓ ସହଯୋଗୀମାନେ କୂଟନୈତିକ କାର୍ଯ୍ୟକଳାପ ବୃଦ୍ଧି କରିଛନ୍ତି।
କାନାଡା ସୁରକ୍ଷା ଉପରେ ଗୁରୁତ୍ୱାରୋପ କଲା
କାନାଡାର ବୈଦେଶିକ ମନ୍ତ୍ରୀ ଅନିତା ଆନନ୍ଦ ନ୍ୟୁୟକରେ କନସୁଲେଟ୍ ଉଦଘାଟନ କରି କାନାଡା ପତାକା ଉତ୍ତୋଳନ କରିଥିଲେ । ସେ କହିଥିଲେ ଯେ, ଆର୍କଟିକ ସମ୍ବନ୍ଧୀୟ ନିଷ୍ପତ୍ତି ନେବାରେ ସ୍ଥାନୀୟ ଲୋକଙ୍କ ଅଂଶଗ୍ରହଣ ଜରୁରୀ । ସେ ଆର୍କଟିକ କମାଣ୍ଡ ଓ କାନାଡା ତଟରକ୍ଷୀ ବାହିନୀର ଆଇସବ୍ରେକର ଜାହାଜ ମଧ୍ୟ ପରିଦର୍ଶନ କରିଥିଲେ। ଏହା ଦ୍ବାରା କାନାଡା ସ୍ପଷ୍ଟ କରିଛି ଯେ, ଆଞ୍ଚଳିକ ସୁରକ୍ଷା, ସମନ୍ୱୟ ଓ ସ୍ଥାନୀୟ ସମ୍ପ୍ରଦାୟର ଅଧିକାର ଏହାର ପ୍ରାଥମିକତା। କାନାଡାର ଗଭର୍ଣ୍ଣର ଜେନେରାଲ ମ୍ୟାରୀ ସାଇମନ ମଧ୍ୟ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।
ନିଜର କନସୁଲେଟ୍ ଖୋଲିଲା ଫ୍ରାନ୍ସ
ପ୍ରାନ୍ସ ନୁଉକ୍ରେ ନିଜର କନସୁଲେଟ୍ ଖୋଲିବା ସହିତ ଜିନ୍-ନୋଏଲ୍ ପୋଇରିୟରଙ୍କୁ ପ୍ରଥମ କନସୁଲେଟ୍ ଜେନେରାଲ ଭାବରେ ନିଯୁକ୍ତ କରିଛି। ତେବେ ଏହି କନସୁଲେଟ୍ର ଏକ ପୃଥକ କୋଠା ନାହିଁ। ଏହା ଦ୍ବାରା ପ୍ରଥମ ଥର ପାଇଁ ଏକ ୟୁରୋପୀୟ ସଂଘ ଦେଶ ଗ୍ରିନ୍ଲାଣ୍ଡରେ ନିଜର କନସୁଲେଟର ଉପସ୍ଥିତି ସ୍ଥାପନ କରିଛି। ଫ୍ରାନ୍ସ କହିଛି ଯେ,ଆମର ଲକ୍ଷ୍ୟ ସାଂସ୍କୃତିକ, ବୈଜ୍ଞାନିକ, ଆର୍ଥିକ ତଥା ରାଜନୈତିକ ସମ୍ପର୍କକୁ ସୁଦୃଢ଼ କରିବା। ତେବେ ଫ୍ରାନ୍ସ ଗ୍ରିନ୍ଲାଣ୍ଡ ଉପରେ ଡେନମାର୍କର ସାର୍ବଭୌମତ୍ୱ ପ୍ରତି ସମର୍ଥନକୁ ଦୋହରାଇଛି।
ଗ୍ରିନ୍ଲାଣ୍ଡ ନେତାମାନେ କ’ଣ କହିଲେ
ଗ୍ରିନ୍ଲାଣ୍ଡ ନେତା ତଥା ଇନୁଇଟ୍ ସମ୍ପ୍ରଦାୟର ପ୍ରତିନିଧିମାନେ କନସୁଲେଟ୍ ଖୋଲିବାକୁ ସ୍ୱାଗତ କରି କହିଛନ୍ତି ଯେ, ଏହା ଅନ୍ତର୍ଜାତୀୟ ଏକତାର ସଙ୍କେତ। ଏହି ଅଞ୍ଚଳରେ ଚାପ ତଥା ଅନିଶ୍ଚିତତା ଅନୁଭବ କରାଯାଉଥିବାବେଳେ ଏଭଳି ପଦକ୍ଷେପ ବିଭିନ୍ନ ଦେଶ ପକ୍ଷରୁ ଗ୍ରହଣ କରାଯାଉଥିବା ସେ କହିଛନ୍ତି। ଗ୍ରିନ୍ଲାଣ୍ଡର ଲୋକଙ୍କ ଜୀବନଶୈଳୀ ଓ ଅଧିକାରକୁ ସମ୍ମାନ ଦିଆଯିବା ଉଚିତ। ଭବିଷ୍ୟତ ନିଷ୍ପତ୍ତିରେ ସେମାନଙ୍କର ଭୂମିକା ଅତ୍ୟାବଶ୍ୟକ ବୋଲି ସେ କହିଛନ୍ତି।
ଟ୍ରମ୍ପଙ୍କ ମନ୍ତବ୍ୟ ପରେ କୂଟନୈତିକ ଚାପ ବୃଦ୍ଧି
ଟ୍ରମ୍ପଙ୍କ ମନ୍ତବ୍ୟ ପରେ ଗ୍ରିନ୍ଲାଣ୍ଡରେ ବିଭିନ୍ନ ଦେଶ ପକ୍ଷରୁ ଭିନ୍ନ ଭିନ୍ନ କାର୍ଯ୍ୟ ଆରମ୍ଭ ହୋଇଛି। ଟ୍ରମ୍ପ ଗ୍ରିନ୍ଲାଣ୍ଡକୁ ଆମେରିକୀୟ ସୁରକ୍ଷା ପାଇଁ ଅତ୍ୟାବଶ୍ୟକ ବୋଲି ବର୍ଣ୍ଣନା କରିଥିଲେ। ତେବେ ଡେନମାର୍କ ଓ ଅନେକ ନାଟୋ ସହଯୋଗୀ ତାଙ୍କ ମତ ଉପରେ ଆପତ୍ତି ଉଠାଇଥିଲେ। ଏନେଇ ଟ୍ରମ୍ପ ପ୍ରଥମେ ୟୁରୋପୀୟ ଦେଶଗୁଡ଼ିକ ଉପରେ ଶୁଳ୍କ ଲଗାଇବାକୁ ଧମକ ଦେଇଥିଲେ, କିନ୍ତୁ ପରେ କହିଥିଲେ ଯେ, ରଣନୈତିକ ଖଣିଜ ସମ୍ପଦର ପ୍ରବେଶ ସମ୍ପର୍କରେ ଏକ ଢାଞ୍ଚା ଚୁକ୍ତି ହୋଇଛି। ବର୍ତ୍ତମାନ ଫ୍ରାନ୍ସ ଓ କାନାଡାର ଉପସ୍ଥିତି ସହିତ ଗ୍ରିନ୍ଲାଣ୍ଡ ଆର୍କଟିକ କୂଟନୀତିର ନୂତନ କେନ୍ଦ୍ର ପାଲଟିବାରେ ଲାଗିଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/02/09/09bbs_5_09022026_111-2026-02-09-12-59-07.jpg)