କନକବ୍ୟୁରୋ :  ରାସ୍ତା ଓ ଘର ନିର୍ମାଣ ନାଁରେ କଟାଯାଉଛି ଗଛ। ସବୁଜିମା ବଦଳରେ ବଢ଼ି ଚାଲିଛି କଂକ୍ରିଟ୍ ଜଙ୍ଗଲ । ଜଙ୍ଗଲ ସୁରକ୍ଷା ପାଇଁ କେବଳ ପ୍ରଶାସନ ଓ ବନ ବିଭାଗକୁ ଉତ୍ତରଦାୟୀ କରାଯାଉଛି । ପରିବେଶର ସୁରକ୍ଷା ଦାୟିତ୍ଵ କେବଳ ସରକାର ଉପରେ ନ୍ୟସ୍ତ ନକରି ସମସ୍ତଙ୍କୁ ନେବାକୁ ପଡ଼ିବ । ନବରଙ୍ଗପୁର ଜିଲ୍ଲାର ବିଭିନ୍ନ ନିର୍ବାଚନ ମଣ୍ଡଳୀସ୍ତରୀୟ ପରିବେଶ ପଞ୍ଚାୟତରେ ଏଭଳି ବାର୍ତ୍ତା ଦେଇଛନ୍ତି ଅତିଥି । 

Advertisment

ବୃକ୍ଷରୋପଣ ପାଇଁ ଶପଥ ପାଠ। ଗଛ ଲଗାଇବା ପାଇଁ ଆହ୍ୱାନ । ପରିବେଶ ଯୋଦ୍ଧା ସାଜିବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ। ଆସନ୍ତାକାଲି ନୁହେଁ, ଆଜି ଏବଂ ଏବେଠୁ ହିଁ ଆମ ପରିବେଶ କଥା ଚିନ୍ତା କରିବା। ଉଜୁଡ଼ି ଯାଉଥିବା ଜଙ୍ଗଲକୁ ସଜାଡ଼ି ପାଇଁ ଅଣ୍ଟାଭିଡ଼ିବା  ।

 ନଚେତ ପରପିଢ଼ିଙ୍କୁ ସୁସ୍ଥ ପରିବେଶ ଭେଟିଦେବାରେ ଅସମର୍ଥ ହେବା ସହ ସେମାନଙ୍କ ପାଖରେ ଦୋଷୀ ପାଲଟିଯିବା। ସମ୍ୱାଦ ଗ୍ରୁପ୍‌ ପକ୍ଷରୁ ନବରଙ୍ଗପୁର ଜିଲ୍ଲାରେ ଆୟୋଜିତ ନିର୍ବାଚନ ମଣ୍ଡଳୀସ୍ତରୀୟ ପରିବେଶ ପଞ୍ଚାୟତରେ ଏଭଳି ମତ ପ୍ରକାଶ କରିଛନ୍ତି ଅତିଥି ।  ...

ନବରଙ୍ଗପୁର ଜିଲ୍ଲାର ଅନେକ ଜଙ୍ଗଲ ଥିଲା  ।  କାଳକ୍ରମେ ତାହା କ୍ଷୟ ହୋଇ ଟାଙ୍ଗରା ଭୂଇଁ ପାଲଟିଗଲାଣି। ବର୍ତ୍ତମାନ ସ୍ଥିତିରେ ଆମକୁ ‘‘ପୁନଶ୍ଚ ପୃଥିବୀ’’ କଥା  ଚିନ୍ତା କରିବାକୁ ପଡ଼ୁଛି । ନୂଆ ପୃଥିବୀ ପାଇଁ ସ୍କୁଲସ୍ତରରୁ କାମ ଆରମ୍ଭ କରିବା। ସ୍କୁଲଗୁଡିକୁ ସବୁଜ ଶିକ୍ଷା କ୍ୟାମ୍ପସରେ ପରିଣତ କରି ଛାତ୍ରଛାତ୍ରୀଙ୍କୁ ସଚେତନ କରିବା। 

ଏମିତି କଲେ, ସେମାନଙ୍କ ମନରେ ପରିବେଶ ପ୍ରତି ଭଲପାଇବା ବଢ଼ିବ। ଭବିଷ୍ୟତରେ ପୁନଶ୍ଚ ପୃଥିବୀ ଗ ଠନ କରିହେବ ବୋଲି ଉମରକୋଟରେ ଆୟୋଜିତ ପରିବେଶ ପଂଚାୟତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସାମିଲ ହୋଇ ଏହା କହିଛନ୍ତି ଉମରକୋଟ ବିଧାୟକ ତଥା ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ।

ପରିବର୍ତ୍ତିତ ପରିବେଶ ନେଇ ବର୍ତ୍ତମାନ ଠାରୁ ଯତ୍ନବାନ ହୋଇ ବୃକ୍ଷ ରୋପଣ ସହିତ ପ୍ଲାଷ୍ଟିକ, ପଲିଥିନର ବ୍ୟବହାର ଉପରେ ନିୟନ୍ତ୍ରଣ ଆଣିବା ଜରୁରୀ। ତେଣୁ ନିଜ ଜନ୍ମଦିନରେ ୫ଟି ଲେଖାଏଁ ଗଛ ଲଗାନ୍ତୁ। ଡାବୁଗାଁରେ ଆୟୋଜିତ ପରିବେଶ ପଞ୍ଚାୟତରେ ଏଭଳି ମତ ରଖିଛନ୍ତି ବିଧାୟକ ମନୋହର ରନ୍ଧାରୀ ।

ଘଟୁଥିବା ପ୍ରାକୃତିକ ବିପର୍ଯ୍ୟୟରୁ ଶିକ୍ଷାଗ୍ରହଣ କରି ବୃକ୍ଷରୋପଣକୁ ବ୍ୟାପକ କରିବ ନିହାତି ଜରୁରୀ ।  ପୂର୍ବ ପୁରୁଷ ଜଳ, ଜମି, ଜଙ୍ଗଲ ଓ ବୃକ୍ଷକୁ ମଧ୍ୟ ପୂଜା କରି ଆସୁଥିଲେ ।

 ସେହି ଅଭ୍ୟାସ ଜାରି ରଖିବାକୁ ପଡ଼ିବ ।   ଯଥା ସମ୍ଭବ ଗୋପାଳନ, ବୃକ୍ଷରୋପଣ କରିବାକୁ ଅନୁରୋଧ କରିଛନ୍ତି ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀ। ଯେଉଁ ପର୍ଯ୍ୟନ୍ତ ଜଙ୍ଗଲକୁ ନିଜର ବୋଲି ଭାବିବା  ନାହିଁ ସେପର୍ଯ୍ୟନ୍ତ ପରିବେଶ ସୁରକ୍ଷା ମୁସ୍କିଲ ବୋଲି କହିଛନ୍ତି ରେଞ୍ଜର ।  ଖାଉଥିଲେ ଭଲ ପରିବେଶରେ ରହୁଥିଲେ। ବର୍ତ୍ତମାନ ମାଟି, ପାଣି, ପବନ ସବୁ ପ୍ରଦୂଷିତ ।  ଖୋଜା ପଡ଼ିଛି ସୁସ୍ଥ ପରିବେଶ  ।   ତେଣୁ ଜଙ୍ଗଲ ସୃଷ୍ଟି କରିବା ସମସ୍ତଙ୍କ ପାଇଁ ବଡ଼ ଆହ୍ୱାନ ବୋଲି କହିଛନ୍ତି ଝରିଗାଁ ବିଧାୟକ ନରସିଂହ ଭତ୍ରା ।