କନକ ବ୍ୟୁରୋ : ସାମ୍ବାଦିକଙ୍କ ପାଇଁ ହଟିଲା କଟକଣା । ଲୋକସେବା ଭବନରେ ପ୍ରବେଶ ପାଇଁ ମିଳିଲା ଗ୍ରୀନ ସିଗନାଲ । ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ସ୍ୱୀକୃତିପ୍ରାପ୍ତ ଓ ଅଣସ୍ୱୀକୃତିପ୍ରାପ୍ତ ସାମ୍ବାଦିକଙ୍କୁ ପ୍ରବେଶ ପାଇଁ ଅନୁମତି ମିଳିଛି । ଟିଭି ଓ ଖବରକାଗଜର ଜଣେ ଲେଖାଏଁ ସାମ୍ବାଦିକଙ୍କୁ ଅନୁମତି ମିଳିଛି ।
ପୂର୍ବ ସରକାରରେ କୋଭିଡ ପରଠୁ ଦୀର୍ଘଦିନ ଧରି ସାମ୍ବାଦିକଙ୍କୁ ଲୋକସେବା ଭବନରେ ପ୍ରବେଶ ନେଇ ପ୍ରତିବନ୍ଧକ ରହିଥିଲା । କିନ୍ତୁ ନୂଆ ସରକାରରେ ପ୍ରତିବନ୍ଧକ ଉଠାଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା । ଆଜି ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2024/12/31/eWuQvfPJmcEs1qvO988q.jpg)