ପୁରୀରେ ଗ୍ରିନ୍  ଫିଲ୍ଡ ଏୟାରପୋର୍ଟକୁ ଗ୍ରିନ୍ ସିଗ୍‌ନାଲ, ମିଳିଲା ନୀତିଗତ ଅନୁମୋଦନ

Advertisment

ପୁରୀରେ ଗ୍ରିନ୍ ଫିଲ୍ଡ ଏୟାରପୋର୍ଟ ପାଇଁ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଗ୍ରିନ ସିଗ୍‌ନାଲ ଦେଇଛନ୍ତି ।

ପୁରୀରେ ଗ୍ରିନ୍ ଫିଲ୍ଡ ଏୟାରପୋର୍ଟ ପାଇଁ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଗ୍ରିନ ସିଗ୍‌ନାଲ ଦେଇଛନ୍ତି ।

GreenFeald

Photograph: (kanakNews)

କନକ ବ୍ୟୁରୋ : ପୁରୀରେ ଗ୍ରିନ୍ ଫିଲ୍ଡ ଏୟାରପୋର୍ଟ ପାଇଁ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଗ୍ରିନ ସିଗ୍‌ନାଲ ଦେଇଛନ୍ତି । ୨୦୨୩ ସେପ୍ଟେମ୍ବର ୨୨ ତାରିଖରେ କେନ୍ଦ୍ର ସରକାର ସାଇଟ୍ କ୍ଲିୟରାନସ ଦେଇଥିଲେ । ରାଜ୍ୟ ସରକାରଙ୍କ ପକ୍ଷରୁ ୨୦୨୪ ଜୁଲାଇ ୨୩ ତାରିଖରେ ଜମି, ପାଣି, ବିଦ୍ୟୁତ୍ ବ୍ୟବସ୍ଥା ନେଇ ବିସ୍ତୃତ ପ୍ରକଳ୍ପ ରିପୋର୍ଟ ସହ ଆବେଦନ କରାଯାଇଥିଲା । କେନ୍ଦ୍ର  ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ତରଫରୁ ଏବେ ନୀତିଗତ ଅନୁମୋଦନ ମିଳିଛି । 

୧୧୬୪ ଏକର ଜମିରେ ହେବ ପୁରୀ ଗ୍ରିନ୍ ଫିଲ୍ଡ ଏୟାରପୋର୍ଟ ।  ଏହା ମଧ୍ୟରୁ ୨୨୧ ଏକର  ଘରୋଇ ଜମି ଅଧିଗ୍ରହଣ ଜାରି ରହିଛି । ନିମାନବନ୍ଦର ପାଇଁ ଖର୍ଚ୍ଚ ହେବ ୫, ୬୩୧ କୋଟି ଟଙ୍କା । ତିନି ପର୍ଯ୍ୟାୟରେ ଏହା ନିର୍ମାଣ ହେବ। ସମ୍ପୂର୍ଣ୍ଣ ହେଲେ ବାର୍ଷିକ ୪୬ ଲକ୍ଷ ଲୋକ ବିମାନ ଯାତ୍ରା ସୁବିଧା ପାଇବେ । ଏବେ ବିମାନବନ୍ଦର କାମ ଚାଲିଥିବା ବେଳେ କେନ୍ଦ୍ରର ଅନୁମୋଦନ ପରେ ଏହା ତ୍ୱରାନ୍ୱିତ ହେବ ।  ଯାହାଦ୍ୱାରା ରାଜ୍ୟ ତଥା ଅଞ୍ଚଳର ବିକାଶ ହେବ ବୋଲି ବୁଦ୍ଧିଜୀବୀ କହିଛନ୍ତି । ବିମାନବନ୍ଦର ପୁରୀ ଐତିହ୍ୟ ନଗରରେ ପର୍ଯ୍ୟଟନର ବିକାଶରେ ବେଶ୍ ସହାୟକ ହେବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe