ଢେଙ୍କାନାଳ ପଥରଖମ୍ ଗାଁରେ ଟାଙ୍ଗରା ଭୂଇଁରେ ଫଳିଛି ସବୁଜ ପରିବା, ଜଣେ ଜଣେ ଚାଷୀ ରୋଜଗାର କରୁଛନ୍ତି ୨ ରୁ ୩ ଲକ୍ଷ ଟଙ୍କା

Advertisment

ପୂର୍ବରୁ ଏଠାକାର ଲୋକମାନେ କେବଳ ଧାନ ଚାଷ କରି ଆସୁଥିଲେ। ତେବେ ଗତ କିଛି ବର୍ଷ ହେଲାଣି ଗାଁରେ ଥିବା ଟାଙ୍ଗରା ପଡ଼ିଆରେ ପ୍ରଥମେ କିଛି ଚାଷୀ କୋବି ଭଳି ପରିବା ଚାଷ ଆରମ୍ଭ କରିଥିଲେ। ପରେ ଏହାକୁ ଦେଖି ଗାଁର ଅନେକ ଲୋକ ସବୁଜ ପରିବା ଚାଷ ଆରମ୍ଭ କରିଥିଲେ। ଉଚ୍ଚ ଶିକ୍ଷିତ ଯୁବଗୋଷ୍ଠୀ ମଧ୍ୟ ଚାକିରୀ ପଛରେ ନଯାଇ ଅତ୍ୟାଧୁନିକ ଜ୍ଞାନକୌଶଳକୁ ଆଧାର କରି ଚାଷ କଲେ ଆଉ ଏବେ ଭଲ ଦୁଇ ପଇସା ରୋଜଗାର କରୁଛନ୍ତି ମଧ୍ୟ।

SOUMYA  - 2026-

କନକ ବ୍ୟୁରୋ : କଥାରେ ଅଛି ଚାଷ ଅଛି ଯାହାର କି ଆନନ୍ଦ ତାହାର। ଚାକିରି ପଛରେ ନଗୋଡ଼ାଇ ହାତରେ କୋଡ଼ି, କୋଦାଳ ଧରି ପଡ଼ିଆ ଜମିରେ ଭିନ୍ନ ଭିନ୍ନ ରକମର ସବୁଜ ପନିପରିବା ଫଳାଇ ସଫଳ ହୋଇଛନ୍ତି ଢେଙ୍କାନାଳ ପଥରଖମ୍ବ ଗାଁର କିଛି ଯୁବଚାଷୀ। 

ପୂର୍ବରୁ ଏଠାକାର ଲୋକମାନେ କେବଳ ଧାନ ଚାଷ କରି ଆସୁଥିଲେ। ତେବେ ଗତ କିଛି ବର୍ଷ ହେଲାଣି ଗାଁରେ ଥିବା ଟାଙ୍ଗରା ପଡ଼ିଆରେ ପ୍ରଥମେ କିଛି ଚାଷୀ କୋବି ଭଳି ପରିବା ଚାଷ ଆରମ୍ଭ କରିଥିଲେ। ପରେ ଏହାକୁ ଦେଖି ଗାଁର ଅନେକ ଲୋକ ସବୁଜ ପରିବା ଚାଷ ଆରମ୍ଭ କରିଥିଲେ। ଉଚ୍ଚ ଶିକ୍ଷିତ ଯୁବଗୋଷ୍ଠୀ ମଧ୍ୟ ଚାକିରୀ ପଛରେ ନଯାଇ ଅତ୍ୟାଧୁନିକ ଜ୍ଞାନକୌଶଳକୁ ଆଧାର କରି ଚାଷ କଲେ ଆଉ ଏବେ ଭଲ ଦୁଇ ପଇସା ରୋଜଗାର କରୁଛନ୍ତି ମଧ୍ୟ।

ଅଧିକ ପଢ଼ନ୍ତୁ :ସାଟେଲାଇଟ ସର୍ଭେରୁ ଧରାପଡିଲା ମିଛ । ପଂଜିକୃତ ପ୍ଲଟରେ ହୋଇନି ଧାନ ଚାଷ, ଅନାବନା ହୋଇ ପଡିଛି ଜମି

 ପଥରଖମ୍ବ ଗାଁ ଚାଷୀଙ୍କ ଚାଷ ହୋଇଛି ସଫଲ। ଗୋଟିଏ ସ୍ଥାନରେ ଫଳୁଛି ବାଇଗଣ, କଲରା, ଜହ୍ନି, ଆଳୁ, କାକୁଡ଼ି, ଟମାଟୋ, ଲଙ୍କା, ବିନ୍ସ ଭଳି ସବୁଜ ପନିପରିବା। ଏଥିରୁ ଜଣେ ଜଣେ ଚାଷୀ ବର୍ଷକୁ ୨ ରୁ ୩ ଲକ୍ଷ ଭଳି ଟଙ୍କା ରୋଜଗାର କରୁଛନ୍ତି। ଅନୁଗୁଳ, ତାଳଚେର, କାମାକ୍ଷାନଗର, ଢେଙ୍କାନାଳ, କଟକରୁ ବ୍ୟବସାୟୀ ଏଠାରୁ ପରିବା ଆମଦାନୀ କରୁଥିବା ଦେଖିବାକୁ ମିଳିଛି । ଚାଷ କାମ କରି ସବୁଜ ପରିବା କରି ନିଜେ ସ୍ୱାବଲବୀ ହେବା ସହିତ ଅନ୍ୟ ମାନଙ୍କୁ ମଧ୍ୟ ରୋଜଗାର ଦେଇଛନ୍ତି ଗାଁର ଚାଷୀ। ଏମାନେ ଅନ୍ୟ ମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe