କନକ ବ୍ୟୁରୋ : ଏମିତି ଏକ  ଦେଶ ଯେଉଁଠି ଜନ୍ମ ହେଉନାହାନ୍ତି ପିଲା ।  କଥାଟି ନିଶ୍ଚୟ ଆଶ୍ଚର୍ଯ୍ୟ ଲାଗୁଥିବ  କିନ୍ତୁ ଏହା ସମ୍ପୂର୍ଣ୍ଣ ସତ ।  ସେହି ଦେଶ ହେଉଛି  ଗ୍ରୀସ୍‌ । ପ୍ରକୃତରେ ଏଠାରେ  ଜନ୍ମହାର ବହୁତ  ହ୍ରାସ ପାଉଛି ।  ଯେଉଁଥିପାଇଁ ସ୍କୁଲମାନଙ୍କରେ ତାଲା ପଡିଛି । ଏହାକୁ ଦୃଷ୍ଟିରେ ରଖି ସରକାର ୭୫୦ ରୁ ଅଧିକ  ସ୍କୁଲରେ ତାଲା ପକାବାକୁ ନିଷ୍ପତ୍ତି ନେଇଛନ୍ତି । ଏହା ପୂରା ଦେଶର ମୋଟ ସ୍କୁଲ ଗୁଡ଼ିକର  ୫ପ୍ରତିଶତ । ଏଥିରେ ଦୂରଦୂରାନ୍ତ ଗାଁ ଓ ଦ୍ୱୀପ ଗୁଡ଼ିକରେ ଥିବା ସ୍କୁଲ ସାମିଲ ଅଛି । ଏଥିରେ ଏଟିକା ଅଞ୍ଚଳର ବି ସାମିଲ ଅଛି, ଯାହା ରାଜଧାନୀ ଏଥେନ୍ସ ସହ ଲାଗି ରହିଛି । ଗ୍ରୀସ୍‌ର ମନ୍ତ୍ରୀ ମଧ୍ୟ ଏହାକୁ ନେଇ ଖୁବ୍‌ ଚିନ୍ତିତ । 
Advertisment
ଗ୍ରୀସ୍‌ରେ ଶିକ୍ଷା ଓ ଧାର୍ମିକ ବ୍ୟାପାର ମନ୍ତ୍ରୀ ସୋଫିଆ ଜାକରାକି କହିଛନ୍ତି ଯେ, ଆମର କ୍ଲାସରୁମ୍‌ ଦେଖି ମାଟର୍ନିଟି ୱାର୍ଡ୍ସ ଓ ଜନ୍ମହାରର ସ୍ଥିତି ପୂରା ବୁଝାପଡୁଛି। ଦୁର୍ଭାଗ୍ୟର କଥା ଏହା ଯେ, ଗତ ଏକ ଦଶକରୁ ଏଥିରେ ହ୍ରାସ ଘଟୁଛି। ଶିକ୍ଷା ମନ୍ତ୍ରଣାଳୟର ତଥ୍ୟ ମୁତାବିକ , ଗତ ସାତ ବର୍ଷରେ ପ୍ରାଇମେରୀ ଶିକ୍ଷାରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ୧୧୧,୦୦୦ରୁ ଅଧିକ କମିଯାଇଛି।  ୨୦୧୮ରୁ ଏହା ୧୯ ପ୍ରତିଶତ ହ୍ରାସ ଘଟିଛି । ଏଥେନ୍ସର ହାରୋକୋପିୟୋ ୟୁନିଭର୍ସିଟିରେ ପ୍ରଫେସର ଏଲେଜାଣ୍ଡ୍ରୋ କୁହନ୍ତି ଯେ, ଏହି ହ୍ରାସ ଦ୍ରୁତ ଗତିରେ ହେଉଛି । ସେ କହିଛନ୍ତି ଯେ ଗତ ଦଶନ୍ଧିର ତୁଳନାରେ ଏବେ ବହୁତ କମ୍‌ ଶିଶୁ ଜନ୍ମ କରିବା ବୟସର ଅଛନ୍ତି । ଚଳିତ ବର୍ଷ ଗ୍ରୀସର ୧୪,୮୫୭ ଟି ସ୍କୁଲରୁ  ୭୬୬ଟି ସ୍କୁଲ ସର୍ବନିମ୍ନ ଛାତ୍ର ସଂଖ୍ୟାକୁ ପୂରା କରି ନପାରିବା ଯୋଗୁଁ ବନ୍ଦ ହୋଇଯିବ । ଏହି ସର୍ବନିମ୍ନ ଛାତ୍ର ସଂଖ୍ୟା ବହୁତ ଅଧିକ ନୁହେଁ , ପ୍ରତି ବିଦ୍ୟାଳୟରେ ମାତ୍ର ୧୫ଜଣ ପିଲା ଅଛନ୍ତି । ଏଥିରୁ ସର୍ବାଧିକ ପ୍ରାଇମେରୀ ସ୍କୁଲ ଅଛି । ହେଲେ ସବୁ ସ୍ତରୀୟ ସ୍କୁଲକୁ ବନ୍ଦ କରିବା ସ୍ଥିତି ଉପୁଜିଛି । ଯଦି ତିନି ବର୍ଷ ଭିତରେ ଛାତ୍ରଛାତ୍ରୀଙ୍କ ସଂଖ୍ୟାରେ ସୁଧାର ଆସେ ତ କିଛି ସ୍କୁଲରୁ ପୁଣି ଥରେ ଖୋଲାଯାଇ ପାରିବ । 
ଭବିଷ୍ୟତର ଚିନ୍ତା:
ଜନସଂଖ୍ୟା ବୃଦ୍ଧିରେ ସମସ୍ୟା: ଜନ୍ମହାର ହ୍ରାସ ପାଉଥିବାରୁ ଗ୍ରୀସର ଜନସଂଖ୍ୟା ବୃଦ୍ଧିରେ ସମସ୍ୟା ଦେଖାଦେବ, ଯାହାକି ଦୀର୍ଘକାଳୀନ ଭାବରେ ଦେଶର ବିକାଶକୁ ପ୍ରଭାବିତ କରିବ।
ଶ୍ରମଶକ୍ତିର ଅଭାବ: ଭବିଷ୍ୟତରେ କାମ କରିବା ପାଇଁ ଯୁବକଙ୍କ ଅଭାବ ଦେଖାଦେବ, ଯାହା ଦ୍ୱାରା ଅର୍ଥନୀତି ପ୍ରଭାବିତ ହେବ।
ସାମାଜିକ ସୁରକ୍ଷା ବ୍ୟବସ୍ଥା ଉପରେ ଚାପ: ବୃଦ୍ଧ ଲୋକଙ୍କ ସଂଖ୍ୟା ବଢ଼ିବା ଏବଂ ଯୁବକଙ୍କ ସଂଖ୍ୟା କମିବା ଦ୍ୱାରା ପେନସନ ଏବଂ ସାମାଜିକ ସୁରକ୍ଷା ବ୍ୟବସ୍ଥା ଉପରେ ଭାର ପଡ଼ିବ।
ଗ୍ରୀସ ସରକାର ଏହି ସମସ୍ୟାର ସମାଧାନ ପାଇଁ ବିଭିନ୍ନ ପଦକ୍ଷେପ ନେଉଛନ୍ତି । ଯେପରିକି ପରିବାରମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବା ଏବଂ ଶିଶୁ ଯତ୍ନ କେନ୍ଦ୍ରଗୁଡ଼ିକୁ ଉତ୍ସାହିତ କରିବା । ତେବେ, ଏହି ସମସ୍ୟାକୁ ସମାଧାନ କରିବା ପାଇଁ ଦୀର୍ଘକାଳୀନ ରଣନୀତିର ଆବଶ୍ୟକତା ରହିଛି ।