କନକ ବ୍ୟୁରୋ: ଉତ୍ତର ପ୍ରଦେଶ ଗ୍ରେଟର ନୋଏଡାରେ ଯୌତୁକ ପାଇଁ ପତ୍ନୀ ନିକ୍କିଙ୍କୁ ପୋଡ଼ି ହତ୍ୟା କରିବା ଘଟଣାରେ ନୂଆ ମୋଡ଼ ଆଣିଛି ମୃତକଙ୍କ ଭାଇର ବୟାନ , ଯାହାକୁ ନେଇ ପୁଲିସ ଖୋଳତାଡ଼ କରୁଛି । ଏହାସହ ବିପିନର ମାଆ, ଓ ବାପାଙ୍କୁ ଗିରଫ କରି କଠୋରରୁ କଠୋର ଦଣ୍ଡ ଦେବାକୁ ଦାବି କରିଛନ୍ତି ନିକ୍କିଙ୍କ ପରିବାର ଲୋକ । 

Advertisment

ଉତ୍ତରପ୍ରଦେଶର ଯୌତୁକଜନିତ ଏହି ହତ୍ୟା ଘଟଣା ହଇଚଇ ସୃଷ୍ଟି କରିଛି । ନିକ୍କିଙ୍କୁ ସ୍ବାମୀ ବିପିନ ଯୌତୁକ ପାଇଁ ପ୍ରଥମେ ମାଡ଼ ମାରିବା ସହ ଜାଳିଦେଇ ହତ୍ୟା କରିଥିବା କୁହାଯାଇଛି । ତେଣୁ ଅଭିଯୁକ୍ତର ପରିବାର ଲୋକଙ୍କୁ କଠୋର  ଦଣ୍ଡ ଦିଆଯିବା ଉଚିତ ବୋଲି ଦାବି କରିଛି ନିକ୍କିଙ୍କ ପରିବାର । ଯଦି ନୁହେଁ ତାହେଲେ ତାଙ୍କ ଘର ଉପରେ ବୁଲଡୋଜର ବୁଲିବ ବୋଲି କହିଛନ୍ତି । ଗଣମାଧ୍ୟମ ସହ କଥା ହେବା ସମୟରେ ମୃତ ନିକ୍କିଙ୍କ ଭାଇ କହିଛନ୍ତି ,ନିକଟରେ ତାଙ୍କ ବାପା ଏକ ମର୍ସିଡିଜ୍ କିଣିଛନ୍ତି । ଏହା ଉପରେ ବିପିନର ଆଖି ଥିବାବେଳେ ମର୍ସିଡିଜ୍ ସହ ୬୦ ଲକ୍ଷ ଟଙ୍କା ଦାବି କରୁଥିଲା ।

ପୂର୍ବରୁ ତାଙ୍କ ପରିବାରର ଦାବି ଅନୁସାରେ ସ୍କର୍ପିଓ ଗାଡ଼ି ସହ ନଗଦ ଟଙ୍କା ଦିଆଯାଇଥିଲା । ପରେ ବିପିନଙ୍କୁ ଏକ ବୁଲେଟ ବି ଦିଆଯାଇଥିଲା । ଏହା ପରେ ବି ସେମାନଙ୍କର ଦାବି ଶେଷ ହୋଇନଥିଲା । ସବୁବେଳେ ଯୌତୁକ ପାଇଁ ନିକ୍କିଙ୍କୁ ମାରପିଟ କରୁଥିଲେ । ଖାଲି ଏତିକି ନୁହେଁ ନିକିଙ୍କ ସହ ବିବାହ ପୂର୍ବରୁ ବି ବିପିନର ଅନ୍ୟ ଝିଅ ସହ ସମ୍ପର୍କ ଥିଲା ବୋଲି ନିକ୍କି ପରିବାର ଲୋକ ଅଭିଯାଗ ଆଣିଛନ୍ତି ।