ନିକ୍କି ହତ୍ୟାକାଣ୍ଡ ; ସାମ୍ନାକୁ ଆସିଲା ଅଭିଯୁକ୍ତ ସ୍ବୀମୀ ବିପିନର ପୁରୁଣା ଭିଡିଓ…

ଗ୍ରେଟର ନୋଏଡାର ନିକ୍କି ହତ୍ୟାକାଣ୍ଡା ମାମଲା ନୂଆ ମୋଡ଼ ନେଉଛି । ଅଭିଯୁକ୍ତ ସ୍ବାମୀ ବିପିନର ପୁରୁଣା ଭିଡିଓ ସାମ୍ନାକୁ ଆସିଛି । ଯେଉଁଥିରେ ସେ ଜଣେ ଯୁବତୀଙ୍କ ସହ ଧରାପଡ଼ିଥିବା ଦେଖିବାକୁ ମିଳିଛି ।

n-2

 କନକ ବ୍ୟୁରୋ: ଗ୍ରେଟର ନୋଏଡାର ନିକ୍କି ହତ୍ୟାକାଣ୍ଡା ମାମଲା ନୂଆ ମୋଡ଼ ନେଉଛି । ଅଭିଯୁକ୍ତ ସ୍ବାମୀ ବିପିନର ପୁରୁଣା ଭିଡିଓ ସାମ୍ନାକୁ ଆସିଛି । ଯେଉଁଥିରେ ସେ ଜଣେ ଯୁବତୀଙ୍କ ସହ ଧରାପଡ଼ିଥିବା ଦେଖିବାକୁ ମିଳିଛି । ଏହି ସମୟରେ ତାଙ୍କୁ କିଛି ଯୁବକ ନିସ୍ତୁକ ମାଡ଼ ମାରୁଥିବାର ମଧ୍ୟ ଭିଡିଓରେ ଦେଖିବାକୁ ମିଳିଛି ।

ପୂର୍ବରୁ ଅଭିଯୁକ୍ତ ବିପିନ ଜଣେ ଯୁବତୀଙ୍କ ସହ ଧରାପଡ଼ି ନିସ୍ତୁକ ମାଡ଼ ଖାଇଥିବାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି  । କାରରେ ବସିଥିବାବେଳେ ହିଁ ସ୍ଥାନୀୟ ଲୋକେ ତାଙ୍କୁ ଧରି ମାଡ଼ ମାରିଥିଲେ । ଏବେ ବିପିନ ଉପରେ ତୁହାକୁ ତୁହା ଅଭିଯୋଗ । ଲଗାତାର ଯୌତୁକ ନିର୍ଯାତନା ଦେବା ପରେ ଶେଷରେ ପତ୍ନୀ ନିକ୍କିକୁ ପୋଡ଼ି ମାରିଥିଲେ ବିପିନ । 
 ବାହାଘର ସମୟରେ ବିପିନ ସ୍କର୍ପିଓ ଗାଡ଼ି ସହ ନଗଦ ଟଙ୍କା ନେଇଥିଲେ ବି ତାଙ୍କ ମନ ଭରିନଥିଲା । ସେ ଆହୁରି ଗାଡ଼ି ଓ ଟଙ୍କାଦାବି କରୁଥିଲେ । ଶେଷରେ ନିକ୍କିଙ୍କୁ ମାଡ଼ ମାରିବା ସହ ପୋଡ଼ି ମାରିଦେଇଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe