କନକ ବ୍ୟୁରୋ: ଗ୍ରେଟର ନୋଏଡାର ନିକ୍କି ହତ୍ୟାକାଣ୍ଡା ମାମଲା ନୂଆ ମୋଡ଼ ନେଉଛି । ଅଭିଯୁକ୍ତ ସ୍ବାମୀ ବିପିନର ପୁରୁଣା ଭିଡିଓ ସାମ୍ନାକୁ ଆସିଛି । ଯେଉଁଥିରେ ସେ ଜଣେ ଯୁବତୀଙ୍କ ସହ ଧରାପଡ଼ିଥିବା ଦେଖିବାକୁ ମିଳିଛି । ଏହି ସମୟରେ ତାଙ୍କୁ କିଛି ଯୁବକ ନିସ୍ତୁକ ମାଡ଼ ମାରୁଥିବାର ମଧ୍ୟ ଭିଡିଓରେ ଦେଖିବାକୁ ମିଳିଛି ।
ପୂର୍ବରୁ ଅଭିଯୁକ୍ତ ବିପିନ ଜଣେ ଯୁବତୀଙ୍କ ସହ ଧରାପଡ଼ି ନିସ୍ତୁକ ମାଡ଼ ଖାଇଥିବାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । କାରରେ ବସିଥିବାବେଳେ ହିଁ ସ୍ଥାନୀୟ ଲୋକେ ତାଙ୍କୁ ଧରି ମାଡ଼ ମାରିଥିଲେ । ଏବେ ବିପିନ ଉପରେ ତୁହାକୁ ତୁହା ଅଭିଯୋଗ । ଲଗାତାର ଯୌତୁକ ନିର୍ଯାତନା ଦେବା ପରେ ଶେଷରେ ପତ୍ନୀ ନିକ୍କିକୁ ପୋଡ଼ି ମାରିଥିଲେ ବିପିନ ।
ବାହାଘର ସମୟରେ ବିପିନ ସ୍କର୍ପିଓ ଗାଡ଼ି ସହ ନଗଦ ଟଙ୍କା ନେଇଥିଲେ ବି ତାଙ୍କ ମନ ଭରିନଥିଲା । ସେ ଆହୁରି ଗାଡ଼ି ଓ ଟଙ୍କାଦାବି କରୁଥିଲେ । ଶେଷରେ ନିକ୍କିଙ୍କୁ ମାଡ଼ ମାରିବା ସହ ପୋଡ଼ି ମାରିଦେଇଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/08/24/n-2-2025-08-24-16-24-48.jpg)