କନକ ବ୍ୟୁରୋ: ମୁଁ ନିକ୍କିକୁ ମାରିନି, ସେ ନିଜେ ନିଜ ଜୀବନ ନେଇଛି । ସେ ପୋଡ଼ିହୋଇ ମରିଯିବା ପରେ ମୋ ମନରେ ଟିକେ ବି ଅନୁତାପ ନାହିଁ। ସ୍ବାମୀ, ସ୍ତ୍ରୀ ଭିତରେ ଝଗଡ଼ା ଏକ ସାମାନ୍ୟ କଥା । ମୋତେ ଆଉ କିଛି ପଚାରନି … ଏତିକି କହି ଚୁପ୍ ରହିଥିଲା ଅଭିଯୁକ୍ତ ବିପିନ ।
ଗ୍ରେଟର ନୋଏଡାରେ ଯୌତୁକ ପାଇଁ ନିକ୍କି ହତ୍ୟା ଘଟଣାରେ ବିପିନକୁ ଏନକାଉଣ୍ଟର କରିଛି ପୁଲିସ । ଗୁଳି ବିପିନର ଗୋଡ଼ରେ ଲାଗିଛି । ଏବେ ସେ ହସ୍ପିଟାଲରେ ଭର୍ତ୍ତି ହୋଇଛି । ତେବେ ନିକ୍କି ପୋଡ଼ି ମୃତ୍ୟୁ ଘଟଣା ପରେ ପୁଲିସ ତାଙ୍କ ଘରକୁ ଛାନଭିନ୍ କରିବାକୁ ଯାଇଥିବାବେଳେ ବିପିନ ଜଣେ ପୁଲିସଙ୍କଠାରୁ ବନ୍ଧୁକ ଛଡ଼ାଇ ଦୌଡ଼ି ପଳାଇଯିବାବେଳେ ପୁଲିସ ଗୁଳିମାଡ଼ କରଇଥିଲା।
ଗଣମାଧ୍ୟମ ସୂଚନା ମୁତାବକ, ଏନକାଉଣ୍ଟର ପରେ ଅଭିଯୁକ୍ତ ବିପିନ କହିଛି , ମୁଁ ନିକ୍କିକୁ ମାରିନି । ସେ ନିଜେ ନିଜକୁ ମାରିଛି । ଏଘଟଣା ପାଇଁ ମୋ ମନରେ ଦୁଃଖ ନାହିଁ । ବିପିନକୁ ଶନିବାର ଗିରଫ କରାଯାଇଛି। ।ତେବେ ନିକ୍କିଙ୍କୁ ମାଡ଼ ମାରିବା ସହ ଛୁଟି ଧରି ଘୋଷାଡ଼ି ନେବା, ନିଆଁ ଲାଗିଥିବାବେଳେ ନିକ୍କି ସିଢ଼ିରେ ଦୌଡି ତଳକୁ ଆସୁଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ନିଆଁ ଲାଗିବା ପରେ ନିକ୍କିକୁ ହସ୍ପିଟାଲ ନିଆଯାଇଥିଲେ ବି ସେଠାରେ ତାଙ୍କର ମୃତ୍ୟୁ ହୋଇଛି । ଏହି ଘଟଣାକୁ ନେଇ ଏବେ ଜାତୀୟ ସ୍ତରରେ ଖବର ଜୋର ଧରିଛି ।